Thursday, March 19, 2026
29.1 C
Odisha

    CBSE ନାଁରେ ମାଳ ମାଳ ଫେକ୍‌ ଆକାଉଣ୍ଟ, ତାଲିକା ଜାରି କରି ସତର୍କ କଲା ବୋର୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ,୧୪।୨: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ନାମରେ ମାଳମାଳ ଫେକ୍‌ ଆକାଉଣ୍ଟ। ଫଳରେ ସାଧାରଣ ଲୋକେ ବିଭ୍ରାନ୍ତ ହେଉଛନ୍ତି। ଏନେଇ ଜଣାପଡ଼ିବା ପରେ ସିବିଏସ୍‌ଇ ପକ୍ଷରୁ ‘ଏକ୍ସ’ରେ ନକଲି ଆକାଉଣ୍ଟଗୁଡ଼ିକର ଏକ ତାଲିକା ପ୍ରକାଶ ପାଇଛି। ସେସବୁ ଆକାଉଣ୍ଟଗୁଡ଼ିକ ସିବିଏସ୍‌ଇ ଭଳି ଦେଖାଯାଉଥିଲେ ହେଁ ‘@cbseindia29’ ନାମ ଥିବା କେବଳ ଗୋଟିଏ ଅଫିସିଆଲ ଆକାଉଣ୍ଟ ରହିଛି ବୋଲି ସିବିଏସ୍‌ଇ ସ୍ପଷ୍ଟ କରିଛି।
    ନକଲି ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକ ବିଷୟରେ ସିବିଏସ୍‌ଇ ସତର୍କତା ଅବଲମ୍ବନ କରିଛି । ସିବିଏସ୍‌ଇ ଏକ୍ସରେ ପ୍ରାୟ ୩୦ଟି ଆକାଉଣ୍ଟକୁ ତାଲିକାଭୁକ୍ତ କରିଛି, ଯେଉଁଗୁଡ଼ିକ ବୋର୍ଡର ଆକାଉଣ୍ଟକୁ ନକଲ କରୁଛି ଓ ଭୁଲ ତଥ୍ୟ ପ୍ରଦାନ କରୁଛି। ଏଣୁ ଅନ୍‌ଲାଇନ ପ୍ଲାଟଫର୍ମରେ ସଚେତନତା ସୃଷ୍ଟି କରିବା ସହ ଆଗାମୀ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଏଭଳି ନିଷ୍ପତ୍ତି ନେଇଛି। ତେବେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏପରିକି ସିବିଏସ୍‌ଇ ସମ୍ବନ୍ଧୀୟ ଯାଞ୍ଚ ଓ ସମସ୍ତ ସୂଚନା ପାଇଁ କେବଳ CBSEର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲ ଫଲୋ କରିବାକୁ ପରାମର୍ଶ ଦିଆଯାଇଥିବା ବୋର୍ଡ ଏକ ସରକାରୀ ବିଜ୍ଞପ୍ତିରେ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.1 ° C
    29.1 °
    29.1 °
    35 %
    0.5kmh
    100 %
    Thu
    30 °
    Fri
    34 °
    Sat
    33 °
    Sun
    35 °
    Mon
    36 °

    ସମ୍ବନ୍ଧିତ