Tuesday, September 29, 2026
24.9 C
Odisha

    ‘ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି’

    ଆଗକୁ ପଢନ୍ତୁ

    ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା। ସେହିପରି ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲଗାଯିବ GPS। ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ମଣ୍ଡିରେ ସିସିଟିଭି ଲଗାଯିବ। ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର କରାଯିବ। ମଣ୍ଡିରୁ ଧାନ ଯେତେବେଳେ ମିଲର ପାଖକୁ ଯାଉଛି ସେହି ସମୟରେ ଗାଡ଼ିରେ GPS ଲଗାଯିବ। ମଣ୍ଡିରୁ ମିଲରଙ୍କ ଧାନ ଗଲା କି ନାହିଁ ଚେକିଂ କରିବା ଲାଗି ଏହା କରାଯିବ। ସେହିପରି ମିଲରଙ୍କ ପାଖରୁ ଯେଉଁ ଚାଉଳ ଗୋଦାମକୁ ଆସୁଛି ସେହି ଗାଡ଼ିରେ ମଧ୍ୟ GPS ଲଗାଯିବ। ଦୁର୍ନୀତି, ଭଷ୍ଟ୍ରାଚାର ୨୪ବର୍ଷରେ ବହୁତ ବଢ଼ି ଯାଇଛି। ଏହାକୁ ରୋକିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବୁ। ଏଥିପାଇଁ ଜିଲ୍ଲାପାଳଙ୍କୁ ଅବଗତ କରଯାଇଛି। ଆସନ୍ତା ୨ ମାସ ମଧ୍ୟରେ ପ୍ଲାନ୍ କରି କାର୍ଯ୍ୟକାରୀ କରାଯିବ। ଏଥିସହ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାକୁ ଲକ୍ଷ୍ୟ ରଖାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି।

    ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ଧାନ ମଣ୍ଡିରେ ହେରଫେର ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଥାନ୍ତି। ଏପରିକି କେତେବେଳେ ଚାଷୀଙ୍କ ଠିକ୍‌ ଟୋକନ୍‌ ମିଳି ନଥାଏ ତ ଆଉ କେତେ ବେଳେ ମିଲର ଧାନ ନେବା ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିପାଇଁ ଚାଷୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ଏହାକୁ ରୋକିବାକୁ ରାଜ୍ୟର ସବୁ ଧାନ ମଣ୍ଡିରେ ସିସି କ୍ୟାମେରା ଲାଗିବ ବୋଲି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ