Tuesday, September 29, 2026
24.9 C
Odisha

    ଭସା ବାଦଲର ଓଜନ କେତେ? କେତେ ଜଳ ନେଇ ଆକାଶରେ ବୁଲେ ବାଦଲ?

    ଆଗକୁ ପଢନ୍ତୁ

    ମୌସୁମୀ ଆସିବା ମାତ୍ରେ ପ୍ରତିଦିନ ମୁଡ୍ ବଦଳାଇଥାଏ ଆକାଶ, ଆଉ ଆକାଶର କଳାବାଦଲକୁ ଦେଖି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ ନିଶ୍ଚିତ । ବାଦଲଫଟା ବର୍ଷା, ଗରଜି ଗରଜି ବରଷୁଥିବା ମେଘ ପଛର ଅନେକ ବୈଜ୍ଞାନିକ ତଥ୍ୟ ଥାଏ । ଏପରିକି ମୁଣ୍ଡ ଉପରେ ଥିବା ବାଦଲଖଣ୍ଡକୁ ନେଇ ଲୋକେ ତା’ ପଛର କାହାଣୀକୁ ଜାଣିବାକୁ କୌତୁହଳ ଦେଖାନ୍ତି, କେମିତି ସୃଷ୍ଟି ହୋଇଥାଏ ବର୍ଷା? ବାଦଲରେ ଭରି ରହିଥିବା ବର୍ଷା ଜଳର ଓଜନ ଏତେ ଯେ, କେଇ ଘଣ୍ଟା ମଧ୍ୟରେ କରିଦେଇପାରେ ପ୍ରଳୟଙ୍କାରୀ ସ୍ଥିତି ।ସାଧାରଣତଃ ଆକାଶରେ ଘୋଟିଯାଉଥିବା ବାଦଲ ଧିରେ ଧିରେ ରୂପ ବଦଳାଇଥାଏ । ମେଘ ଭିତରେ ଥିବା ଥଣ୍ଡା ତାପମାତ୍ରାର ଆର୍ଦ୍ରତା ବା ବାଷ୍ପ ତରଳ ପଦାର୍ଥରେ ପରିଣତ ହୁଏ । ଆଉ ଏହି ତରଳ ପଦାର୍ଥ କୋଟି କୋଟି ବା ଟ୍ରିଲିୟନ୍ କ୍ଷୁଦ୍ର ଜଳ ବୁନ୍ଦା ଆକାର ନେଇ ବାଦଲ ମଧ୍ୟରୁ ଝରିଥାଏ । ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ, ଏକ ବର୍ଗ ମାଇଲ କ୍ଷେତ୍ରରେ ବରଷୁଥିବା ଏକ ଇଂଚ ବର୍ଷା ୧୭.୪ ମିଲିୟନ ଗ୍ୟାଲନ ଜଳରାଶି ସହ ସମାନ । ଏପରିକି ତାହାର ଓଜନ ପାଖାପାଖି ୧୪୩ ମିଲିୟନ ପାଉଣ୍ଡ ବା ୧୦୦ ହାତୀର ଓଜନ ସହିତ ସମାନ ବୋଲି ଆକଳନ କରିନ୍ତି ପାଣିପାଗ ବିଜ୍ଞାନୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ