Sunday, March 22, 2026
25.7 C
Odisha

    ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର କ୍ୟାବିନେଟ୍‌ର ଭେଟି: ୨ ରେଳ ଲାଇନ୍‌କୁ ଦେଲେ ମଂଜୁରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’ ପାଖେଇ ଆସୁଥିବା ବେଳେ କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାବାସୀଙ୍କୁ ୨ଟି ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ୨ଟି ନୂଆ‌ ରେଳ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଏହି ୨ଟି ପ୍ରକଳ୍ପ ବରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଦେଇ ଯିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ୨ ରେଳଲାଇନ୍‌କୁ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ପ୍ରଥମ ପ୍ରକଳ୍ପ ଅଧୀନରେ ବରଗଡ଼ରୁ ନୂଆପଡ଼ାକୁ ରେଳ ସଂଯୋଗୀକରଣ ହେବ। ଏହି ପ୍ରକଳ୍ପ ଅଧୀନରେ ୧୩୮କିମି ରେଳଲାଇନ୍‌ ବିଛାଯିବ, ଯେଉଁଥି ପାଇଁ ୨୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଦ୍ବିତୀୟ ପ୍ରକଳ୍ପ ସୁନ୍ଦରଗଡ଼ରୁ ଛତିଶଗଡ଼ ଜିଲ୍ଲା ରାୟଗଡ଼କୁ ସଂଯୋଗ କରିବ। ସୁନ୍ଦରଗଡ଼ ଜିଲ୍ଲା ସରଡେଗାରୁ ଆରମ୍ଭ ହେବାକୁ ଥିବା ଡବଲଲାଇନ୍‌ ରେଳଲାଇନ ରାୟଗଡ଼ ଜିଲ୍ଲା ଭାଲୁମୁରାକୁ ସଂଯୋଗ କରିବ। ୩୭କିମି ରେଳଲାଇନ୍‌ ପାଇଁ ୧୩୬୦ କୋଟି ଟଙ୍କା।
    ଓଡ଼ିଶାର ୨ଟି ସମେତମୋଟ୍‌ ୩ଟି ରେଳ ପ୍ରକଳ୍ପକୁ କେନ୍ଦ୍ର ମଞ୍ଜୁରୀ ଦେଇଛନ୍ତି। ଏହା ୪ଟି ରାଜ୍ୟର ୭ଟି ଜିଲ୍ଲାରେ ମୋଟ ୩୦୦ କିମି ରେଲଲାଇନକୁ କେନ୍ଦ୍ର କ୍ୟାବିନେଟ୍‌ ମଂଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପରେ ମୋଟ୍‌ ୬୪୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ରେଳ ସଂଯୋଗ ବିହୀନ ଅଞ୍ଚଳକୁ ରେଳ ସେବା ପ୍ରଦାନ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ, ବର୍ତ୍ତମାନର ରେଳ ଲାଇନ୍ କ୍ଷମତା ବୃଦ୍ଧି କରିବ ଏବଂ ପରିବହନ ନେଟୱର୍କ ବିସ୍ତାର କରିବ, ଯାହାଫଳରେ ଯୋଗାଣ ଶୃଙ୍ଖଳା ସୁବ୍ୟବସ୍ଥିତ ହେବ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ।
    ନୂତନ ଲାଇନ୍ ପ୍ରସ୍ତାବଗୁଡ଼ିକ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାକୁ ଉନ୍ନତ କରିବ। ଏଥିସହିତ ଭାରତୀୟ ରେଳବାଇ ପାଇଁ ଦକ୍ଷତା ଏବଂ ସେବା କ୍ଷେତ୍ରରେ ବିଶ୍ୱସନୀୟତା ଆଣିବ। ରେଳ ଲାଇନ ମଲ୍ଟି ଟ୍ରାକିଂ ବା ଏକାଧିକ ଟ୍ରାକ୍ ନିର୍ମାଣ ପ୍ରସ୍ତାବ ଦ୍ୱାରା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ବିକାଶ ସହିତ ଟ୍ରେନ ଚଳାଚଳକୁ ସହଜ କରାଯିବା ଦ୍ୱାରା ଭିଡ଼ ହ୍ରାସ ପାଇବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ନୂତନ ଭାରତର ସଂକଳ୍ପ ଅନୁରୂପ ଯାହା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ବିକାଶ ମାଧ୍ୟମରେ ଏସବୁ ଅଞ୍ଚଳର ଲୋକମାନଙ୍କୁ ‘ଆତ୍ମନିର୍ଭରଶୀଳ’ କରିବ, ଫଳରେ ସେମାନଙ୍କ ନିଯୁକ୍ତି/ସ୍ୱରୋଜଗାର ସୁଯୋଗ ବୃଦ୍ଧି ହେବ। ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ସମୟରେ ପ୍ରାୟ ୧ କୋଟି ୧୪ ଲକ୍ଷ ମାନବ ଦିବସ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ