Thursday, March 19, 2026
22.8 C
Odisha

    ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଭିଯାନ: ରାଉରକେଲାକୁ ଉତ୍କର୍ଷତା ପ୍ରମାଣପତ୍ର

    ଆଗକୁ ପଢନ୍ତୁ

    ରାଉରକେଲା: ‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଭିଯାନ କ୍ଷେତ୍ରରେ ରାଉରକେଲା ସହରକୁ ଶିଶୁ ଓ ସେମାନଙ୍କ ଅଭିଭାବକମାନଙ୍କ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବା ହେତୁ ଉତ୍କର୍ଷତା ପ୍ରମାଣପତ୍ର ମିଳିଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ମିସନ ଏବଂ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାହୁଲ କପୁରଙ୍କ ଠାରୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ କୁଲକର୍ଣ୍ଣି ଉତ୍କର୍ଷତା ପ୍ରମାଣପତ୍ର ଗ୍ରହଣ କରିଛନ୍ତି।
    ଆଶୁତୋଷ କୁଲକର୍ଣ୍ଣି, କମିସନର, ଆରଏମ୍‌ସି
    ଏହି ଅବସରରେ ରାଉରକେଲା ମହାନଗର ନିଗମ (ଆରଏମ୍‌ସି) କମିସନର ତଥା ସ୍ମାର୍ଟ ସିଟି ସିଇଓ ଆଶୁତୋଷ କୁଲକର୍ଣ୍ଣି ରାଉରକେଲାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପୁରସ୍କାର ପାଇବା ରାଉରକେଲା ସହର ପାଇଁ ନିଶ୍ଚୟ ଗର୍ବର ବିଷୟ ବୋଲି କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ‘ଶିଶୁମାନଙ୍କ ଶୈଶବର ସୁରକ୍ଷାକୁ ସୁନିଶ୍ଚିତ କରିବା ସେମାନଙ୍କ ଅଭିଭାବକମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଏହି ନର୍ଚରିଂ ନେବରହୁଡ ଚ୍ୟାଲେଞ୍ଜ ଅଭିଯାନରେ ରାଉରକେଲା ସହରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ଶିଶୁମାନେ ହିଁ ଦେଶର ଭବିଷ୍ୟତ ହୋଇଥିବାରୁ ରାଉରକେଲା ସହରକୁ ଶିଶୁମାନଙ୍କ ନିମନ୍ତେ ଶ୍ରେଷ୍ଠ ସହର ଭାବେ ଗଢ଼ି ତୋଳିବାକୁ ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।’

    ଏଠାରେ ସୂଚନାଯୋଗ୍ୟ ଯେ, ସ୍ମାର୍ଟ ସିଟି ମିଶନ ଏବଂ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ଭାନ୍ ଲିଅର ଫାଉଣ୍ଡେସନର ସହାୟତାରେ ଆୟୋଜିତ ଏହି ‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଭିଯାନରେ ଦେଶର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇବା ପରେ ସହରର ପରିବେଶକୁ ଶିଶୁ ଅନୁକୂଳ କରିବା ସକାଶେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ତରଫରୁ ବିଶ୍ଵ ସମ୍ବଳ ପ୍ରତିଷ୍ଠାନ ଭାରତର ବୈଷୟିକ ସହାୟତାରେ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ କରାଯାଇଛି। ରାଉରକେଲା ସହରରେ ୧୫ରୁ ଊର୍ଦ୍ଧ୍ଵ ସର୍ବସାଧାରଣ ସ୍ଥାନ, ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଏହି ଅଭିଯାନ ଅଧୀନରେ ବିକଶିତ କରାଯାଇଛି।

    ବିଶେଷକରି ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକେ ବସବାସ କରୁଥିବା ଅଞ୍ଚଳ ଗୁଡିକୁ ପ୍ରାଧାନ୍ୟ ଦିଆଯାଇ ସେଠାକାର ପରିବେଶକୁ ଚାଇଲ୍ଡ ଫ୍ରେଣ୍ଡଲି କରାଯାଉଛି। ଶିଶୁମାନଙ୍କ ମାନସିକ ତଥା ଶାରୀରିକ ବିକାଶ ନିମନ୍ତେ ଖେଳକୁଦ ଜରୁରୀ ହୋଇଥିବା ବେଳେ ସହରରେ ଥିବା ଅବ୍ୟବହୃତ ଖୋଲା ସ୍ଥାନ ଗୁଡ଼ିକର ଉନ୍ନତୀକରଣ କରାଯାଇ ଶିଶୁମାନଙ୍କ ଖେଳକୁଦ ପାଇଁ ଉତ୍ତମ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ଏଥି ସହ ପାର୍କ ଗୁଡିକର ମଧ୍ୟ ବିକାଶ କାର୍ଯ୍ୟ ଜାରି ରହିଛି। ସେମାନଙ୍କ ଅଭିଭାବକମାନଙ୍କ ପାଇଁ ମଧ୍ୟ ପାର୍କ ତଥା ଖୋଲା ସ୍ଥାନ ଗୁଡିକର ବିକାଶ କରାଯାଇ ସେଠାରେ ମୋବାଇଲ ଲାଇବ୍ରେରି, କମ୍ୟୁନିଟି ସେଣ୍ଟର ଓ ଖୋଲା ଜିମ ପ୍ରତିଷ୍ଠା କରାଯାଉଛି। ଫଳରେ କେବଳ ଶିଶୁ ନୁହେଁ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ମଧ୍ୟ ଅନୁକୂଳ ପରିବେଶ ସୃଷ୍ଟି କରାଯାଇପାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    58 %
    3kmh
    95 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ