Wednesday, October 14, 2026
28.3 C
Odisha

    ପ୍ରସାଦ ଯୋଜନାରେ ସାମିଲ ହେବ ଚଉଷଠି ଯୋଗିନୀ ମନ୍ଦିର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲା ରାଣୀପୁର-ଝରିଆଲସ୍ଥିତ ଚଉଷଠି ଯୋଗିନୀ ମନ୍ଦିର କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଅନ୍ତର୍ଭୁକ୍ତ ହେବ। ଏହାଦ୍ୱାରା ଉକ୍ତ ମନ୍ଦିରର ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଜଣାପଡ଼ିଛି। ଦେଶବ୍ୟାପୀ ମୋଟ ୨୬ଟି ମନ୍ଦିରକୁ ପ୍ରସାଦ ଯୋଜନାରେ ନିଆଯାଇଥିବା ବେଳେ ବେଳେ ଏଥିରେ ଚଉଷଠି ଯୋଗିନୀ ମନ୍ଦିର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି।
    ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ମନ୍ଦିରର ବିକାଶ ପାଇଁ ଅର୍ଥ ଯୋଗାଇଦେବେ। ଏହି ଅର୍ଥରେ ମନ୍ଦିର ଚତୁପାର୍ଶ୍ବରେ ପାର୍କିଂ ସ୍ଥଳ, ସେଲଟର୍‌‌ ବ୍ୟବସ୍ଥା, ଯାତ୍ରୀଙ୍କ ପାଇଁ ସୁବିଧା କେନ୍ଦ୍ର ସହ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶବ୍ୟାପୀ ୧୧ଟି ଚଉଷଠି ଯୋଗିନୀ ମନ୍ଦିର ଥିବା ବେଳେ ତନ୍ମଧ୍ୟରୁ ଦ୍ୱିତୀୟଟି ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ରହିଛି। ମନ୍ଦିରଟି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ରହିଛି। ମନ୍ଦିରଟି ନବମ କିମ୍ବା ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ଗତ ୨୦୧୭ ମସିହାରେ କେନ୍ଦ୍ର ସରକାର ଏହାକୁ ଐତିହ୍ୟ କିର୍ତ୍ତୀରାଜି ଭାବେ ଘୋଷଣା କରିଥିଲେ। ପ୍ରସାଦ ଯୋଜନାରେ ମନ୍ଦିର ଅନ୍ତର୍ଭୁକ୍ତ ହେବା ପରେ ମନ୍ଦିରର ସାମଗ୍ରିକ ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି।
    ସୂଚନାଯୋଗ୍ୟ ଯେ ପୂର୍ବରୁ ଓଡ଼ିଶାର ପୁରୀ-ରାମଚଣ୍ଡୀ-ପ୍ରାଚୀ ନଦୀକୂଳକୁ ଏହି ପ୍ରସାଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ୨୦୧୪-୧୫ରେ ୫୦ କୋଟି ଟଙ୍କା ମଞ୍ଜୁର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    70 %
    2.5kmh
    41 %
    Wed
    28 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ