Saturday, September 26, 2026
23.6 C
Odisha

    ସଂକ୍ଷେପରେ ଚେତନ ଭଗତ

    ଆଗକୁ ପଢନ୍ତୁ

    ଚେତନ୍ ଭଗତ ଜଣେ ସ୍ୱନାମଧନ୍ୟ ଔପନ୍ୟାସିକ, ସ୍ତମ୍ଭକାର ଓ ପ୍ରେରଣାଦାୟୀ ବକ୍ତା ଭାବରେ ଅତି ପରିଚିତ। ଚେତନଙ୍କ ଜନ୍ମ ୨୨ ଅପ୍ରେଲ୍ ୧୯୭୪ ମସିହାରେ ନୂଆଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା। ତାଙ୍କ ବାପା ଜଣେ ଆର୍ମି ମ୍ୟାନ୍ ଓ ମା ସରକାରୀ କର୍ମଚାରୀ ଥିଲେ। ତାଙ୍କ ଉପନ୍ୟାସର ପାଠକ/ପାଠିକାଙ୍କ ସଂଖ୍ୟା ଅସଂଖ୍ୟ। ଅନେକେ ଆଦରି ନେଇଥାନ୍ତି ତାଙ୍କ ଉପନ୍ୟାସକୁ । ଯାହାକି ନିରୁତା ପାଠକଟି ଆବଶ୍ୟକ କରେ ପଢ଼ିବାକୁ।

    ଚେତନ ଯୁବବର୍ଗଙ୍କ ପାଇଁ ଉପାଦେୟ ସ୍ତମ୍ଭ ମଧ୍ୟ ଲେଖନ୍ତି। ଭାରତୀୟ ଯୁବପିଢ଼ିଙ୍କ ରୋଲ୍ ମଡେଲ୍ ସେ। ଚେତନଙ୍କ ଗ୍ରନ୍ଥଗୁଡ଼ିକ ବିପୁଳ ପରିମାଣରେ ବିକ୍ରି ହୋଇଥାଏ। ତାହା ହିଁ ତାଙ୍କ ଲେଖକ ଜୀବନର ସାର୍ଥକତା ବୋଲି କହି ପାରିବା। ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ରେ ସେ ମହାବିଦ୍ୟାଳୟ ପାଠ୍ୟକ୍ରମ ଶେଷ କରିବା ପରେ ଆଇ.ଆଇ.ଟି ଦିଲ୍ଲୀରୁ ବିଟେକ୍ ଓ ଆଇ.ଆଇ.ଏମ୍ ଅହମ୍ମଦାବାଦରୁ ଏମ୍.ବିଏ ପାଠ ପଢ଼ିଥିଲେ। ସେହି ସମୟରେ ସେ ତାଙ୍କ ବ୍ୟାଚ୍ରେ ବେଷ୍ଟ ଆଉଟ୍ ଗୋଇଂ ଷ୍ଟୁଡ଼େଣ୍ଟ ହେବାର ଗୌରବ ଅର୍ଜନ କରିଥିଲେ। ସେଠାରେ ଚେତନ ତାଙ୍କ ଦକ୍ଷିଣ ଭାରତୀୟ ସହପାଠିନୀ ଅନୁସା ସୁର୍ଯ୍ୟନାରାୟଣଙ୍କ ପ୍ରେମରେ ପଡ଼ିଥିଲେ ଓ ୧୯୯୮ ମସିହାରେ ଉଭୟଙ୍କର ବିବାହ ହୋଇଥିଲା।
    ଚେତନ ତାଙ୍କ ପରିବାର ସହ ହଂକଂ ଯାଇ ଗୋଲ୍ଡମ୍ୟାନ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ କାମ କରିଥିଲେ। ୧୧ ବର୍ଷ ହଂକଂରେ କାମ କରିବା ପରେ ଚେତନଙ୍କୁ କିନ୍ତୁ ବ୍ୟାଙ୍କ ଚାକିରିରେ ମନ ଲାଗିନଥିଲା। ସେ ବ୍ୟାଙ୍କ ଚାକିରି ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ ଲେଖାଲେଖି କରିବା ପାଇଁ। ଚେତନଙ୍କ ଲିଖିତ ବହି ମଧ୍ୟରେ ଫାଇଭ୍ ପଏଣ୍ଟ ସମୱାନ୍, ୱାନ୍ ନାଇଟ୍ ଆଟ୍ କଲ୍ ସେଣ୍ଟର, ଦ ଥ୍ରୀ ମିଷ୍ଟେକ୍ ଅଫ୍ ମାଇଁ ଲାଇଫ୍, ଟୁ ଷ୍ଟେଟସ୍, ଓ ରେଭଲ୍ୟୁସନ୍ ୨୦୨୦, ହାଫ୍ ଗାର୍ଲଫ୍ରେଣ୍ଡ୍ ବିପୁଳ ପାଠକୀୟତା ହାସଲ କରି ସାରିଛି। ୨୦୧୦ ମସିହାରେ ସେ ଟାଇମ୍ସର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    94 %
    1.4kmh
    11 %
    Sat
    23 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ