Saturday, May 18, 2024
29.9 C
Odisha

    ପିଲା ଜନ୍ମକଲେ ମିଳିବ ୬୨ ଲକ୍ଷ ଟଙ୍କା: କମ୍ପାନୀ ଦେଉଛି ଏହି ଅଫର୍

    ଆଗକୁ ପଢନ୍ତୁ

    ବିଭିନ୍ନ ଦେଶର ନିଜସ୍ୱ ସମସ୍ୟା ରହିଛି । କେତେକ ଅର୍ଥନୈତିକ ଚ୍ୟାଲେଞ୍ଜ ସହ ସଂଘର୍ଷ କରୁଥିବାବେଳେ କିଛି ଦେଶରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତଥାପି, ଆଜି ବି ଦୁନିଆରେ ଅନେକ ଦେଶ ଅଛି ଯେଉଁଠାରେ ଶିଶୁମାନଙ୍କର ଜନ୍ମ ହାର ଏକ ସମସ୍ୟା ହୋଇ ରହିଥାଏ । ଏହିପରି ଏକ ଦେଶର ନିର୍ମାଣକାରୀ କମ୍ପାନୀ ଦକ୍ଷିଣ କୋରିଆ ଲୋକମାନଙ୍କୁ ବହୁତ ଭଲ ଅଫର ଦେଉଛି ।

    ଦି ବୋଇଙ୍ଗ ଗ୍ରୁପ୍ ନାମକ ଏହି କମ୍ପାନୀ ବିଷୟରେ ଅନେକ ଆଲୋଚନା ହେଉଛି, ଯାହାକି କର୍ମଚାରୀମାନଙ୍କୁ ଛୁଆ ଜନ୍ମ କରିବା ଉପରେ ପୁରସ୍କାର ସ୍ୱରୂପ ଟଙ୍କା ପ୍ରଦାନ କରୁଛି । କୌତୁହଳର ବିଷୟ ହେଉଛି ଏହା ଏକ ଥରକର ଅଫର ନୁହେଁ । ପ୍ରତ୍ୟେକ ଥର ଶିଶୁ ଜନ୍ମ ହେଲେ କମ୍ପାନୀ କର୍ମଚାରୀଙ୍କୁ ୬୨ ଲକ୍ଷ ଟଙ୍କା ପୁରସ୍କାର ଦେବ । ଲୋକମାନେ ଏହି ପ୍ରୋତ୍ସାହନ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି କିନ୍ତୁ କମ୍ପାନୀ କହିଛି ଯେ ସେମାନେ ଏହା ମାଧ୍ୟମରେ ଜନସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛନ୍ତି ।

    ସମସ୍ତ କର୍ମଚାରୀ ଲାଭ ପାଇବେ :-
    କମ୍ପାନୀର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, କମ୍ପାନୀର ଯେକୌଣସି କର୍ମଚାରୀ, ଯାହାର ଘରେ ଛୁଆ ଜନ୍ମ ହୋଇଛି, ତାଙ୍କୁ ୧୦୦ ମିଲିୟନ କୋରିଆନ୍ ୱାନ୍ ଅର୍ଥାତ୍ ପ୍ରାୟ ୬୨.୩୪ ଲକ୍ଷ ଟଙ୍କା ଦିଆଯିବ । ଏଥିପାଇଁ କମ୍ପାନୀ ଏକ ପୃଥକ ବଜେଟ୍ ପ୍ରସ୍ତୁତ କରିଛି ଯାହାକି ୪୩.୬ କୋଟି ଟଙ୍କାର ରହିଛି । ୭୦ ଟି ସନ୍ତାନ ଜନ୍ମ ପାଇଁ କମ୍ପାନୀ ଟଙ୍କା ଦେଇସାରିଛି । ଏହି ସୁବିଧା ଉଭୟ ପୁରୁଷ ଏବଂ ମହିଳା କର୍ମଚାରୀଙ୍କ ପାଇଁ ଉପଲବ୍ଧ ରହିଛି । କମ୍ପାନୀ ଚେୟାରମ୍ୟାନ୍ ଲି ଜଙ୍ଗ କ୍ୟୁନ୍ କହିଛନ୍ତି ଯେ, ଏହି ଆର୍ôଥକ ସହାୟତା କର୍ମଚାରୀମାନଙ୍କୁ ପିଲାମାନଙ୍କୁ ବଂଚାଇବାରେ ସାହାଯ୍ୟ କରିବ ଏବଂ ସେମାନଙ୍କର ଅଧିକରୁ ଅଧିକ ଛୁଆ ଜନ୍ମ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    46 %
    0.7kmh
    100 %
    Sat
    32 °
    Sun
    40 °
    Mon
    42 °
    Tue
    42 °
    Wed
    40 °

    ସମ୍ବନ୍ଧିତ