Saturday, June 28, 2025
27.2 C
Odisha

    ଉମରକୋଟରେ ପହଞ୍ଚିବା ପରେ ଶୋଭାଯାତ୍ରାରେ କଲେ ସହର ପରିକ୍ରମା, ବ୍ୟବସାୟୀଙ୍କୁ ଉଦବୋଧନ ସହ କେନ୍ଦ୍ର ଯୋଜନାର ହିତାଧିକାରୀଙ୍କ ସମ୍ମିଳନୀରେ ହେବେ ସାମିଲ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଓଡ଼ିଶାରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ନବରଙ୍ଗପୁରର ଉମରକୋଟରେ ପହଂଚିଛନ୍ତି ବିଜୟ । ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ ପହଂଚିବା ପରେ ଏକ ଶୋଭାଯାତ୍ରାରେ ସେ ଉମରକୋଟ ସହର ପରିକ୍ରମା କରିଥିଲେ । ଏକ ଚା’ ଦୋକାନରେ ବସି ବିଜେପି କର୍ମୀଙ୍କ ସହ ଚା’ ପିଇଥିଲେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ।ସ୍ଥାନୀୟ ଏକ ହୋଟେଲରେ ପ୍ରାୟ ଗୋଟିଏ ଘଣ୍ଟାର ରହଣୀ ସମୟରେ ବିଜେପି କର୍ମୀଙ୍କ ସହ ଆଲୋଚନା କରିବେ ବିଜୟ । ଏହା ପରେ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦ୍ର ଯୋଜନାର ହିତାଧିକାରୀଙ୍କ ସମ୍ମିଳନୀରେ ଯୋଗଦେବେ । ଘର ଘର ସଂପର୍କ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଛତିଶଗଡ ଉପ-ମୁଖ୍ୟମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.2 ° C
    27.2 °
    27.2 °
    75 %
    4.6kmh
    100 %
    Sat
    27 °
    Sun
    26 °
    Mon
    24 °
    Tue
    29 °
    Wed
    26 °

    ସମ୍ବନ୍ଧିତ