Saturday, March 21, 2026
19.7 C
Odisha

    ନୂଆପଡ଼ାରେ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣିନାହାନ୍ତି

    ଆଗକୁ ପଢନ୍ତୁ

    ନୂଆପଡ଼ା: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶନିବାର ଶେଷ ହୋଇଛି। ଶେଷ ଦିନରେ ନୂଆପଡ଼ା ବିଧାନସଭା ଆସନରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରଚାର କରିଛନ୍ତି। ନୂଆପଡ଼ା ପୁଲିସ ପଡ଼ିଆଠାରେ ଅନୁଷ୍ଠିତ ନିର୍ବାଚାନ ସଭାରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସେ ଟାର୍ଗେଟ କରିଥିଲେ। କହିଥିଲେ, ୨୪ ବର୍ଷ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ଭଷା ଜାଣିନାହାନ୍ତି। ତଥାପି ଓଡ଼ିଶାରେ ଶାସନ କରୁଛନ୍ତି। ଏହା ଓଡ଼ିଶାବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ। ପୁଣି ଜଣେ ରାଜ୍ୟ ବାହାର ଲୋକଙ୍କ ହାତରେ ଓଡ଼ିଶାକୁ ଟେକି ଦେଇଛନ୍ତି। ସେଥିପାଇଁ ଓଡ଼ିଶା ଲୋକ ଆଜିବି ବିକାଶ କ’ଣ ଜଣିନାହନ୍ତି। ଛତିଶଗଡ଼ରେ ବର୍ତ୍ତମାନ ଡବଲ୍‌ ଇଞ୍ଜିନ ସରକାର ହେବା ପରେ ବିକାଶ ଧାରା ଆଗୁକୁ ଯାଇଛି।
    ସେହିପରି ଓଡ଼ିଶାରେ ମଧ୍ୟ ଚଳିତ ନିର୍ବାଚନରେ ଡବଲ୍‌ ଇଞ୍ଜିନ ସରକାର ହେବାକୁ ଯାଉଛି। ଓଡ଼ିଶାରେ ବିଜେପି ସରକାର ଆସିଲେ ବିଜେପି ପକ୍ଷରୁ ଓଡ଼ିଶାବାସୀଙ୍କ ପାଇଁ ଆଣିଥିବା ମୋଦୀଙ୍କ ଗ୍ୟାରେଣ୍ଟି ଓ ସଂକଳ୍ପପତ୍ର ଅନୁଯାୟୀ ଲୋକଙ୍କୁ ସୁବିଧା ମିଳିବ। ଏଥର ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି। ଛତିଶଗଡ଼ ପରେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଢ଼ିବ। ସେଥିପାଇଁ ଆସନ୍ତା ୧୩ ତାରିଖ ଦିନ ବହୁମୂଲ୍ୟ ଭୋଟ ବିଜେପି ଲୋକସଭା ପ୍ରାର୍ଥୀ ମାଳବିକା କେଶରୀ ଦେଓ ଓ ବିଧାନସଭା ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ ଦେଇ ବିଜୟୀ କରିବାକୁ ସେ ଭୋଟର୍‌ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ନିର୍ବାଚନୀ ସଭାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବ ସାଂସଦ ଅର୍କକେଶରୀ ଦେଓ, ଆରଙ୍ଗ ବିଧାୟକ କୁଶମନ ସାଏ, ରାୟପୁର ଉତ୍ତର ବିଧାୟକ ପୁରନ୍ଦର ମିଶ୍ର, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଯଦୁମାଣି ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ, ବିଜେପି ଜିଲ୍ଲା ସଭପତି ସୁବ୍ରତ ଠାକୁର, କମଳେଶ ଦୀକ୍ଷିତ, ସୁଶାନ୍ତ ପତି, ହରୀଶ୍ଚନ୍ଦ୍ର ପଣ୍ଡାଙ୍କ ସହ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ