Tuesday, March 17, 2026
25.4 C
Odisha

    ଲୋକସେବା ଭବନରେ ମୁଣ୍ଡିଆ ମାରି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ପ୍ରବେଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଛନ୍ତି । ତୃତୀୟ ମହଲାର ନିଜ ପ୍ରକୋଷ୍ଠରେ ଗୁରୁବାରଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଇ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଲୋକସେବା ଭବନକୁ ପାଛୋଟି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ମନ୍ତ୍ରପାଠ,ବେଦପାଠ ସହ ୮ ଜଣ ବ୍ରାହ୍ମଣ ପୂଜା କରିଛନ୍ତି। ନବୀନ ପଟ୍ଟନାୟକ ଯେଉ ଚ୍ୟାମ୍ବରରେ ବସୁଥିଲେ, ସେହି ଚ୍ୟାମ୍ବରରେ ମୋହନ ମାଝୀ ବସିବେ। କିନ୍ତୁ ବସିବା ସ୍ଥାନ ପରିବର୍ତ୍ତନ ହୋଇଛି। ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ବପୂର୍ଣ୍ଣ ଫାଇଲରେ ସ୍ବାକ୍ଷର କରିପାରନ୍ତି ବୋଲି କୁହାଯାଉଛି। ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ମାଝୀ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନ ଆସି ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ଯ୍ୟାଳୟରେ କାମ କରୁଥିଲେ। ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଥିଲା। ଗୁରୁବାର ସେହି ପ୍ରକୋଷ୍ଠକୁ ମୋହନ ମାଝୀ ଯାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    41 %
    2kmh
    100 %
    Mon
    24 °
    Tue
    36 °
    Wed
    36 °
    Thu
    35 °
    Fri
    34 °

    ସମ୍ବନ୍ଧିତ