Saturday, June 7, 2025
30.3 C
Odisha

    ରବିବାର ମୁଖ୍ୟମନ୍ତ୍ରୀଙ୍କ ସୋହେଲା ଗସ୍ତ: ଚାଷୀଙ୍କୁ ଡିବିଟିରେ ସବସିଡି ଦେବେ

    ଆଗକୁ ପଢନ୍ତୁ

    ବରଗଡ଼: ଚାଷୀଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା ପାଇଁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଗସ୍ତରେ ଯିବେ। ବରଗଡ଼ ଜିଲ୍ଲା ସୋହେଲା ଗସ୍ତ କରି ଚାଷୀମାନଙ୍କୁ ୮ ଶହ ଟଙ୍କା ସବସିଡି ଡିବିଟି ମାଧ୍ୟମରେ ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ , ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ , ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ବିଜେପୁର ବିଧାୟକ ସନତ ଗଡ଼ତିୟାଙ୍କ ସମେତ ବିଜେପିର ବହୁ ନେତା ସାମିଲ ହେବେ। ସୂଚନାଯୋଗ୍ୟ, ୨୦ ତାରିଖରୁ ଜିଲ୍ଲାରେ ମଣ୍ଡି ଖୋଲିଥିବା ବେଳେ ଧାନ ବିକ୍ରିରେ ଅଚଳାବସ୍ଥା ଲାଗିରହିଛି । ଟୋକନ ସମସ୍ୟା ଠାରୁ ଆରମ୍ଭ କରି କଟନିଛଟନି ଆଦି ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଧାନ ବିକି ପାରୁନାହାନ୍ତି । ଫଳରେ ଧାନ ବିକ୍ରି ହୋଇ ନ ପାରି ବିଭିନ୍ନ ମାର୍କେଟରେ, ଖଳାରେ ଓ ରାସ୍ତା କଡ଼ରେ ଗଦା ହୋଇ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.3 ° C
    30.3 °
    30.3 °
    52 %
    0.1kmh
    17 %
    Sat
    38 °
    Sun
    40 °
    Mon
    43 °
    Tue
    42 °
    Wed
    38 °

    ସମ୍ବନ୍ଧିତ