Saturday, July 27, 2024
24.5 C
Odisha

    ଚିକେନ ସହ ଏହି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ

    ଆଗକୁ ପଢନ୍ତୁ

    ଅଧିକାଂଶ ଲୋକଙ୍କୁ ଚିକେନ ବହୁତ ଭଲ ଲାଗିଥାଏ । ଚିକେନରେ ବହୁ ପ୍ରକାର ଆଇଟମ ତିଆରି କରିବା ଆପଣଙ୍କୁ ଭଲଭାବେ ଜଣା ଥିବ ହେଲେ ଚିକେନ ସହ କଣ ନ ଖାଇବା ଉଚିତ ତାହା ଜାଣିବା ନିହାତି ଆବଶ୍ୟକ । କାରଣ କିଛି ଖାଦ୍ୟ ରହିଛି ଯାହାକୁ ଚିକେନ ସହିତ ଖାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଚିକେନ ସହ ଏହି ଜିନିଷ ଖାଇଲେ ଏହା ଶରୀର ପ୍ରତି ଖରାପ ପ୍ରଭାବ ପକାଇଥାଏ । ଏହାପାଇଁ ଶରୀରରେ ବିଭିନ୍ନ ଏଲାର୍ଜିକ୍ସ ହୋଇଥାଏ । ଏହାସହ ବିଭିନ୍ନ ରୋଗ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଚିକେନ ସହ ଖାଇବା ମନା ।

    -କ୍ଷୀର ସହ ଚିକେନ ଖାଇବା ବିଶ ଖାଇବା ସାଙ୍ଗେ ସମାନ ହୋଇଥାଏ । କ୍ଷୀର ସହ ଚିକେନ ମିଶି ଶରୀରକୁ ଖରାପ ପ୍ରଭାବ ପକାଇଥାନ୍ତି । ଏହି ପ୍ରଭାବରେ ଏଲାର୍ଜି ହେବା ସହ ବିଭିନ୍ନ ପ୍ରକାର ଚର୍ମ ଜନୀତ ରୋଗ ଦେଖା ଦେଇଥାଏ । କେତେକାଂଶରେ ଲୋକମାନେ କ୍ଷୀର ସହ ଚିକେନ ଖାଇଲେ ଚର୍ମରେ ଧଳାଦାଗ ଏବଂ କୁଣ୍ଡାଇ ହେବାର ସମସ୍ୟା ଦେଖାଦେଇଥାଏ ।

    -କିଛି ଲୋକ ଥାଆନ୍ତି ଯିଏ କି ସବୁ ଜିନିଷ ସହ ଦହି ଖାଇବା ପାଇଁ ଭଲ ପାଆନ୍ତି । କାରଣ ଦହି ସବୁ ଜିନିଷକୁ ଅଧିକ ଟେଷ୍ଟି ବନାଇଥାଏ । କିଛି ଲୋକ ଚିକେନ ସହ ଦହି ଖାଇଥାନ୍ତି । ହେଲେ ଏହାକୁ ଖାଇବା କଥା ନୁହେଁ କାରଣ ଦହି ଥଣ୍ଡା ହୋଇଥିବା ବେଳେ, ଚିକେନ ଗରମ । ଯାହାକୁ ଖାଇଲେ ଆମର ପାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ।
    ଚିକେନ ସହ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ । ଚିକେନ ଏବଂ ମାଛରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ହେଲେ ଦୁଇଟି ଖାଦ୍ୟରେ ଭିନ୍ନ ଭିନ୍ନ ପ୍ରୋଟିନ ରହିଥାଏ । ଏହା ଶରୀର ପ୍ରତି ରିଆକ୍ସନ୍ କରିଥାଏ । ଏହାକୁ ଖାଇଲେ ଶରୀର ଅସୁସ୍ଥ ହୋଇପଡେ । ସେଥିପାଇଁ ମାଛ ସହ ଚିକେନ ଖାଇବା ଉଚିତ ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ