Monday, May 20, 2024
25.1 C
Odisha

    ରାତିରେ ବନ୍ଦ ରଖନ୍ତୁ Wifi Router, ନଚେତ ହୋଇପାରେ ଏହି ସମସ୍ୟା

    ଆଗକୁ ପଢନ୍ତୁ

    ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ Wifi ସୁବିଧା ଦେଖିବାକୁ ମିଳୁଛି । ଏହା ଦ୍ୱାରା ହାଇସ୍ୱୀଡ୍ ଇଣ୍ଟରନେଟ୍ ମିଳିଥାଏ । ଲାଇଭ୍ଷ୍ଟ୍ରୀମ୍ ଭିଡ଼ିଓ, ଭିଡ଼ିଓ କଲିଂ ଏବଂ ଭିଡ଼ିଓ ଡାଉନଲୋଡିଂ ଭଳି କାର୍ଯ୍ୟ ସହଜ ହୋଇଥାଏ । ଅପରପକ୍ଷରେ ଫୋନ୍ ଇଣ୍ଟରନେଟରେ ଏସବୁ କରିବାର ସୁବିଧା ନଥାଏ । କିନ୍ତୁ ବେଳେ ବେଳେ ରାତିରେ ଶୋଇବା ସମୟରେ ଡସଲସ ଜକ୍ଟଙ୍କଗ୍ଧରକ୍ସ ଅନ୍ ରଖିବା ବିପଦକୁ ନିମନ୍ତ୍ରଣ ଦେଇଥାଏ । ତେଣୁ ରାତିରେ ଡସଲସ ଜକ୍ଟଙ୍କଗ୍ଧରକ୍ସ ଅଫ୍ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି କାରଣ ।

    ୧. ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା: Wifi Routerରୁ ରେଡ଼ିଓ ତରଙ୍ଗ ନିର୍ଗତ ହୋଇଥାଏ । ଏହା କମ୍ ଫ୍ରିକ୍ୟୁଏନ୍ସି ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ତରଙ୍ଗ ଅଟେ । ଏକ ଗବେଷଣାରୁ ଜଣାପଡ଼ିଛି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ତରଙ୍ଗ ସମ୍ପର୍କରେ ରହିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହା ଦ୍ୱାରା ମୁଣ୍ଡବିନ୍ଧା, ଥକାପଣ, ଅନିଦ୍ରତା, ଏକାଗ୍ରତା ଏବଂ ସ୍ମରଣଶକ୍ତି ହ୍ରାସ ହେବା ଭଳି ସମସ୍ୟା ଦେଖାଦେଇଥାଏ ।

    ୨. ବିଦ୍ୟୁତ ସଞ୍ଚୟ: ରାତିରେ Wifi Router ବନ୍ଦ କରି ଶୋଇବା ଦ୍ୱାରା ବିଦ୍ୟୁତ ସଞ୍ଚୟ ହୋଇଥାଏ । ବାର୍ଷିକ ଖର୍ଚ୍ଚରେ ଏହା ଗୁରୁତ୍ୱପୂର୍ଣ୍ଣ ଫରକ ଆଣିପାରେ ।
    ସୁରକ୍ଷା: ରାତିରେ Wifi Router ବନ୍ଦ କରିବା ଦ୍ୱାରା Unauthorised access ବିପଦକୁ ହ୍ରାସ କରିଥାଏ । ରାତିରେ Wifi Router ବନ୍ଦ ନଥିଲେ ହ୍ୟାକରମାନେ ଏହାର ଅବୈଧ ଭାବରେ ବ୍ୟବହାର କରିପାରିବେ । ଆପଣ ଠକାମୀର ଶିକାର ମଧ୍ୟ ହୋଇପାରିବେ ।

    ୪. ସୁନିଦ୍ରା: Wifi Routerରୁ ବାହାରୁଥିବା ରେଡ଼ିଓ ତରଙ୍ଗ ନିଦ୍ରାର ଗୁଣବତ୍ତାକୁ ପ୍ରଭାବିତ କରିଥାଏ । ନିଦ୍ରାହୀନତା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ତେଣୁ ରାତିରେ Wifi Router ବନ୍ଦ କରି ଶୋଇବା ଦ୍ୱାରା ଉତ୍ତମ ନିଦ୍ରା ହୋଇଥାଏ ।

    ତେବେ ଏହା ଆପଣଙ୍କ କାର୍ଯ୍ୟ ଉପରେ ନିର୍ଭର କରେ କି ଆପଣ Wifi Router ବନ୍ଦ କରିବାକୁ ଚାହୁଁଛନ୍ତି ନା ଅନ୍ ରଖିବାକୁ ଚାହୁଁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    85 %
    1.8kmh
    0 %
    Mon
    41 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ