Tuesday, March 31, 2026
27.4 C
Odisha

    ଆପେ ଆପେ ଉତକ୍ଷେପଣ ହୋଇଗଲା ଚୀନର ରକେଟ୍, ପ୍ରବଳ ବିସ୍ଫୋରଣ ସହ ଖସିପଡ଼ିଲା

    ଆଗକୁ ପଢନ୍ତୁ

    ବେଜିଂ: କୁହାଯାଏ ଚୀନ ନିର୍ମିତ ସାମଗ୍ରୀ ଉପରେ ଭରସା କରାଯାଇପାରିବ ନାହିଁ । ଯିଏ ଚୀନ ସାମଗ୍ରୀ କିଣିଛି ସେ ପସ୍ତାଇଛି । ଏବେ ଚୀନ ଲୋକେ ବି ନିଜେ ଏହାକୁ ଅନୁଭବ କରିଛନ୍ତି । ଚୀନର ଏକ ରକେଟ୍ ଆପେ ଆପେ ଉତକ୍ଷେପଣ ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହା କୌଣସି ଜନବସତି ଉପରେ ନପଡ଼ି ଏକ ନିର୍ଜନ ପାହାଡ଼ିଆ ଅଂଚଳରେ ପଡ଼ି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ କୌଣସି ଜୀବନହାନୀ ହୋଇନାହିଁ । ରକେଟ ନିର୍ମାଣ କରିଥିବା କମ୍ପାନି ସ୍ପେସ୍ ପାଇଓନିୟର ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ହେନାନ୍ ପ୍ରଦେଶର ଗୋଙ୍ଗ୍ୟାଙ୍ଗ କାଉଣ୍ଟି କାରଖାନାରେ ସ୍ଥଳ ଯାଞ୍ଚ ବେଳେ ତିଆନଲୋଙ୍ଗ-୩ ରକେଟ୍ ଅପ୍ରତ୍ୟାଶିତ ଭାବେ ଉତକ୍ଷେପଣ କରାଯାଇଥିଲା। ସ୍ପେସ୍ ପାଇଓନିୟରକୁ ବେଜିଂ ତିଆନବିଙ୍ଗ ଟେକ୍ନୋଲୋଜି ମଧ୍ୟ କୁହାଯାଏ ।

    ସୌଭାଗ୍ୟବଶତଃ ଏହି ରକେଟ୍ ଗୋଙ୍ଗୟାଙ୍ଗ ସହରର ଏକ ପାହାଡ଼ିଆ ଅଞ୍ଚଳରେ ଅବତରଣ କରିଥିଲା ଏବଂ ରକେଟ୍ ପରୀକ୍ଷଣକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ଖାଲି କରିଦିଆଯାଇଥିବାରୁ କେହି ଆହତ ହୋଇନଥିଲେ ବୋଲି କମ୍ପାନି କହିଛି। ପୁନଃ ବ୍ୟବହାରଯୋଗ୍ୟ ରକେଟ ବିକଶିତ କରୁଥିବା ଅନେକ ଘରୋଇ ମହାକାଶ କମ୍ପାନୀ ମଧ୍ୟରୁ ସ୍ପେସ୍ ପାଇନିୟର ଅନ୍ୟତମ । ଏଲନ ମସ୍କଙ୍କ ସ୍ପେସ୍ ଏକ୍ସର ଷ୍ଟାରଲିଙ୍କ ସମକକ୍ଷ ଘରୋଇ ସାଟେଲାଇଟ୍ ସିଷ୍ଟମ୍ ପ୍ରତିଷ୍ଠା କରିବାରେ ଏହି ଚୀନ କମ୍ପାନି ଉଦ୍ୟମ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ