ନୂଆଦିଲ୍ଲୀ : କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(CISF)ରେ ଯୋଗଦେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ଏହି ନିଯୁକ୍ତି ମାଧ୍ୟମରେ CISF ରେ CSE ଓ IFS କନେଷ୍ଟବଳ ଡ୍ରାଇଭର ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥିପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୧ ହଜାରରୁ ଅଧିକ ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀ ମଧ୍ୟ ଏହାର ସୁଯୋଗ ନେବେ।ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ CISF ର ଅଫିସିଆଲ୍ ୱେବ୍ସାଇଟ୍ cisfrectt.cisf.gov.in. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ CISF Recruitment 2025 apply for 1124 post Notificationରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୩ ଫେବୃଆରୀ ୨୦୨୫
ଅନ୍ଲାଇନ୍ ଆବେଦନ ଶେଷ – ୦୪ ମାର୍ଚ୍ଚ ୨୦୨୫ଖାଲି
ପଦବୀ:
କନଷ୍ଟେବଳ / ଡ୍ରାଇଭର – ୮୪୫ଟି ପୋଷ୍ଟ୍
କନଷ୍ଟେବଳ / ଡ୍ରାଇଭର (ପମ୍ପ ଅପରେଟର) – ୨୭୯ଟି ପୋଷ୍ଟ୍
ମୋଟ ପଦବୀ – ୧୧୨୪ଟି ପୋଷ୍ଟ୍
ଯୋଗ୍ୟତା:
ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
ଭାରୀ ମୋଟର ଯାନ କିମ୍ବା ପରିବହନ ଯାନ କିମ୍ବା ହାଲୁକା ମୋଟର ଯାନ ପାଇଁ ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ