Sunday, March 22, 2026
28.1 C
Odisha

    ଗୋପ କଲେଜ ପରିସରରେ ଗଣ୍ଡଗୋଳ; ନିର୍ଦ୍ଧୁମ ଛେଚା ଖାଇଲେ ଛାତ୍ର, ଅଣଛାତ୍ରଙ୍କୁ ବିଲରୁ କାବୁ କଲା ପୁଲିସ

    ଆଗକୁ ପଢନ୍ତୁ

    ପୁରୀ: କଲେଜ ପରିସରରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଛାତ୍ରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଅଣଛାତ୍ର। ପୁରୀ ଜିଲ୍ଲା ଗୋପ ମହାବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା। ଅଣଛାତ୍ରଙ୍କ ମାଡ଼ରେ ଗୋପ ମହାବିଦ୍ୟାଳୟର ଛାତ୍ର ଆହତ ହୋଇଛନ୍ତି, ଯାହାକୁ ନେଇ କଲେଜ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି। ସେପଟେ ଆହତ ଛାତ୍ରଙ୍କୁ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାରପିଟ ଖବର ପାଇବା ପରେ ଗୋପ ପୁଲିସ କଲେଜ କ୍ୟାମ୍ପସରେ ପହଞ୍ଚି ପଚରାଉଚରା କରିଛି। ଛାତ୍ରଙ୍କୁ ମାରପିଟ କରିବା ପରେ ଅଣଛାତ୍ରମାନେ କ୍ୟାମ୍ପସ ପରିସରରୁ ଚମ୍ପଟ ମାରିଥିଲେ। ହେଲେ ସ୍ଥାନୀୟ ଅଂଚଳର କିଛି ଲୋକ ଆକ୍ରମଣ କରିଥିବା ଜଣେ ଅଣଛାତ୍ରଙ୍କୁ କାଦୁଅ ବିଲରେ ଗୋଡେଇ ଗୋଡ଼େଇ କାବୁ କରିଥିଲେ। ଏହାପରେ କାବୁ ଅଣଛାତ୍ରଙ୍କୁ ପୁଲିସ ଜିମାରେ ଲୋକ ଦେଇଛନ୍ତି। ତେବେ କେଉଁ କଥାକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ମାରପିଟ ହୋଇଥିଲା ତାହା ଜଣାପଡ଼ିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    30 %
    1.7kmh
    66 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ