Saturday, October 17, 2026
23.8 C
Odisha

    ରିପୋର୍ଟ : ୨ୟ ଶ୍ରେଣୀ ପାଠ ପଢ଼ିପାରୁନାହାନ୍ତି ଏକ ଚତୁର୍ଥାଂଶ ଯୁବବର୍ଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ଏହା ସମସ୍ତଙ୍କ ଚିନ୍ତା ବୃଦ୍ଧି କରିଦେଇଛି। ସାକ୍ଷରତା ହାର ବଢ଼ି ଚାଲିଥିଲେ ମଧ୍ୟ ଶିକ୍ଷାର ମାନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏବେ ୧୪ରୁ ୧୮ ବର୍ଷ ବୟସର ୮୬ ପ୍ରତିଶତ ପିଲା ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ପାଠ ପଢୁଛନ୍ତି। ମାତ୍ର ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ (୨୫ ପ୍ରତିଶତ) ଯୁବ ଗୋଷ୍ଠୀ ନିଜ ଆଞ୍ଚଳିକ ଭାଷାରେ ଥିବା ଦ୍ବିତୀୟ ଶ୍ରେଣୀର ପାଠ ପଢ଼ି ପାରୁନାହାନ୍ତି। ସେହିପରି ଅତିକମ୍‌ରେ ୪୨.୭ ପ୍ରତିଶତ ଯୁବ ଗୋଷ୍ଠୀ ଇଂରାଜୀ ବାକ୍ୟ ପଢ଼ି ପାରୁନାହାନ୍ତି। ବୁଧବାର ଜାରି ‘ଆନୁଆଲ ଷ୍ଟାଟସ ଅଫ୍‌ ଏଜୁକେଶନ ରିପୋର୍ଟ (ଏଏସ୍‌ଇଆର)’ରେ ଏହି ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ ୨୦୧୭ରେ ୭୬.୬ ପ୍ରତିଶତ ପିଲା ଦ୍ବିତୀୟ ଶ୍ରେଣୀର ପାଠ ପଢ଼ି ପାରୁଥିଲେ। ୨୦୨୩ରେ ଏହି ସଂଖ୍ୟା ହ୍ରାସ ପାଇ ୭୩.୬ ପ୍ରତିଶତରେ ପହଞ୍ଚି ଯାଇଛି। ‘ଏଏସ୍‌ଇଆର ବାୟଣ୍ଡ ବେସିକ୍ସ’ ରିପୋର୍ଟ ଦ୍ବାରା କରୋନା ସମୟରେ କରାଯାଇଥିବା ଦାବି ଭୁଲ୍‌ ସାବ୍ୟସ୍ତ ହୋଇଯାଇଛି। ସେତେବେେଳ ଜୀବିକା ଉପରେ ସଙ୍କଟ ଦେଖାଦେଇଥିବାରୁ ଅନେକ ଶିଶୁ ପାଠପଢ଼ା ଛାଡ଼ିଥିଲେ ବୋଲି କୁହାଯାଇଥିଲା। ଏଏସ୍‌ଇଆର ରିପୋର୍ଟ ଅନୁଯାୟୀ ପଢୁ ନ ଥିବା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଅଧିକ ବୟସ୍କ ସାମିଲ ଅଛନ୍ତି। ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ୩୨ ପ୍ରତିଶତରୁ ଅଧିକ ଯୁବ ବର୍ଗ ପାଠ ପଢୁ ନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    89 %
    0.3kmh
    70 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ