Tuesday, September 8, 2026
31.1 C
Odisha

    ରେଳପଥ ନିର୍ମାଣରେ ବିକାଶ ହେବ ଶିଳ୍ପ ଭିତ୍ତିଭୂମି: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଭାଗରେ କିଭଳି କାର୍ଯ୍ୟ ଚାଲିଛି ଏବଂ ଜିଲ୍ଲାର ବିକାଶ ନେଇ କ୍ରିୟାଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଶନିବାର ଏକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲାରେ ରେଳପଥ ଭିତ୍ତିଭୂମିର ବିକାଶ, ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ସମେତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଯୋଜନା ଗୁଡ଼ିକୁ ଯଥା ସମୟରେ କାର୍ଯ୍ୟକାରୀ କରି ପ୍ରକଳ୍ପ ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାର ମୂଳଦୁଆ ସୁଦୃଢ କରିବା ପାଇଁ  ଅତି କମରେ ଗୋଟିଏ ବିଦ୍ୟାଳୟରେ ଦୁଇ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ଵାରୋପ କରାଯାଇଛି।

    ଆଗଧାଡ଼ିର ଜିଲ୍ଲାମାନଙ୍କ ଭିତ୍ତିରେ ସମକକ୍ଷ ହେବା ନିମନ୍ତେ ଜୀବନଜୀବିକା ମିସନ ମାଧ୍ୟମରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଆଲୋକପାତ କରାଯାଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଓ ଜିଲ୍ଲାପାଳଙ୍କୁ ପ୍ରତ୍ୟେକ ୧୫ ଦିନରେ ଥରେ ସମୀକ୍ଷା କରିବାକୁ କୁହାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଯୋଗାଯୋଗର ସୁବିଧା ହୋଇପାରିଛି। ଏହି ଅଞ୍ଚଳରେ ଆହୁରି ବ୍ରିଜ ନିର୍ମାଣ କରି ଅପହଞ୍ଚ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥାର ସୁବିଧା କରାଯିବ। ମାଲକାନଗିରି ଜିଲ୍ଲାକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି କରି ଗମନାଗମନ ଭିତ୍ତିଭୂମିର ଉନ୍ନତିକରଣକୁ ତ୍ଵରାନିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ମୋଟୁ- ତିରିଂ ରାସ୍ତା ନିର୍ମାଣର ପରିକଳ୍ପନା କରିଛନ୍ତି।

    ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରି ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରାଯାଉଛି। ସବୁ ବର୍ଗର ଯୋଗ୍ୟ ମହିଳା ହିତାଧିକାରୀଙ୍କ ସମେତ ବିଶେଷ ଭାବେ ଏହି ଜିଲ୍ଲାର ଆଦିମ ବଣ୍ଡା ଓ ଦିଦାୟୀ ଜନଜାତି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବା ନିମନ୍ତେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ବର୍ଷ ମଧ୍ୟରେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦିଆଯାଇଛି। ପାଙ୍ଗାମ୍, କାଙ୍ଗୁରୁକୋଣ୍ଡା,ଏମଭି -୯୦,ଏମଭି-୯୬ ଠାରେ ୫ ଗୋଟି ହାଇ ଲେଭଲ ବ୍ରିଜ୍ ନିମନ୍ତେ କେନ୍ଦ୍ର ସରକାର ୧୯. ୭୮ କୋଟି ମଞ୍ଜୁର କରିଛନ୍ତି। ସେହିପରି ଅଁଳାଯୋଡ଼ି, ତମସା,ଏମ ଭି -୧୯ ଏବଂ ମହାରାଜପଲ୍ଲୀ ଠାରେ ୪ ଗୋଟି ହାଇ ଲେଭଲ ବ୍ରିଜ୍ ନିମନ୍ତେ କେନ୍ଦ୍ର ସରକାର ୧୨.୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିଭାଗର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ତ୍ବରାନ୍ବିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

    ଏହି ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକlମୀ, ଚିତ୍ରକୋଣ୍ଡା ବିଧାୟକ ମଂଗୁ ଖିଲ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ରୂପାରୋଶନ ସାହୁ, ଦକ୍ଷିଣାଞ୍ଚଳ ଡ଼ିଆଇଜି ନୀତି ଶେଖର, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲି ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ