Tuesday, September 29, 2026
24.9 C
Odisha

    ଭାରତରେ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି: ଧର୍ମେନ୍ଦ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତରେ ଜ୍ଞାନର ବ୍ୟବସାୟ ନୁହେଁ ବରଂ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି। ବିଦ୍ୟାଳୟ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍ଥାପିତ ସାମାଜିକ ପରିବର୍ତ୍ତନର ପରମ୍ପରାକୁ ଆଗକୁ ବଢ଼ାଇବା ଆମର ଦାୟିତ୍ୱ ବୋଲି ଶନିବାର “ଆରାଇଜ୍ ସ୍କୁଲ ଶିକ୍ଷା ସମ୍ମିଳନୀ–୨୦୨୪”ର ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟର ଶିକ୍ଷାବିତ୍ ସମୂହ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ। ବୈଷୟିକ ଜ୍ଞାନକୌଶଳର ବିକାଶ ଖୁବ୍ ଦ୍ରୁତ ଗତିରେ ହେଉଛି। ଆମ ପିଲାମାନଙ୍କ ମଧ୍ୟରେ ଟେକ୍ନୋଲୋଜି, ଇନୋଭେସନ, ଏଆଇ ଓ ଏମଏଲ ଭଳି ବିଷୟରେ ଉତ୍ସୁକତା ଓ ଆଗ୍ରହ ରହିବା ଦରକାର। ଚାକିରି ଖୋଜିବା ସହ ସେମାନଙ୍କ ମଧ୍ୟରେ ଚାକିରିଦାତା ହେବାର ଇଚ୍ଛା ବଢ଼ିବା ଦରକାର। ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍କୁଲ ଶିକ୍ଷାବିତଙ୍କ ଏକ ବଡ଼ ଦାୟିତ୍ୱ ରହିଛି। ଆମକୁ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ।ଶିକ୍ଷାକୁ ସୁଲଭ କରିବା ସହଦେଶର କୋଣ ଅନୁକୋଣରୁ ଡମି ସ୍କୁଲବନ୍ଦ କରିବା ପାଇଁ ସ୍କୁଲ ଶିକ୍ଷା ପରିବାର ସମୂହକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଆମ ସମସ୍ତଙ୍କୁ ଏଥିରେ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ସହ ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ଉପରେ ଯୋର୍ ଦେବାକୁ ହେବ ବୋଲି ସେ କହିଛନ୍ତି।

    ଜାତୀୟ ଶିକ୍ଷା ନୀତିର କାର୍ଯ୍ୟାନ୍ୱୟନରେ ନୂତନ ବେଞ୍ଚମାର୍କ ସ୍ଥାପିତ କରିବା, ଶିକ୍ଷକଙ୍କର କ୍ଷମତା ବିକାଶ କରିବା, ନୂତନ ଶିକ୍ଷାଗତ ପଦ୍ଧତି ଆଭିମୁଖ୍ୟ ତିଆରି କରିବା, ବଡ଼ ଆକାରରେ ନବୋନ୍ମେଷକୁ ପ୍ରୋତ୍ସାହିତ କରିବା, ପାଠ୍ୟପୁସ୍ତକ ଏବଂ ଶିକ୍ଷଣ ସାମଗ୍ରୀ ତିଆରି କରିବା ଏବଂ ଭାରତୀୟ ଭାଷାରେ ପଢ଼ାଇବା ପାଇଁ ଆମର ସ୍କୁଲ୍ ଶିକ୍ଷା ପ୍ରଣାଳୀକୁ ଅଗ୍ରଣୀ ଭୂମିକା ନିବାହ କରିବାକୁ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ