Monday, September 28, 2026
24.7 C
Odisha

    ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା, ବଣ୍ଡ୍ ଅବଧି ପୂରଣ ନକଲେ ଦେବେ ଦରମାର ଦୁଇଗୁଣା ଜରିମାନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ୨ବର୍ଷର ବଣ୍ଡ୍ ଅବଧି ପୂରଣ ନ କଲେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଦୁଇଗୁଣା ଜରିମାନା ଦେବାକୁ ପଡିବ। ରାଜ୍ୟର ସରକାରୀ ମେଡିକାଲ୍ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ୍ ନିୟମରେ ରାଜ୍ୟ ସରକାର ପରିବିର୍ତ୍ତନ ଆଣିଛନ୍ତି। ୨ବର୍ଷର ବଣ୍ଡ ଅବଧି ପୂରଣ କରୁ ନ ଥିବା ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ମିଳିଥିବା ଷ୍ଟାଇପେଣ୍ଟ୍‌ କିମ୍ବା ଦରମାର ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି। ମାତ୍ର ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଳେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ଅନିଚ୍ଛା ପ୍ରକାଶ କରୁଛନ୍ତି। ତେଣୁ ଏହି ଡାକ୍ତରମାନେ କିଭଳି ନିଜର ସେବା ଯୋଗାଇବେ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଣ୍ଡ୍ ନିୟମରେ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ କୌଣସି ପ୍ରାର୍ଥୀ ରାଜ୍ୟ କିମ୍ବା ସର୍ବଭାରତୀୟ ସ୍ତରରେ ପିଜି ଡିପ୍ଲୋମା- ଡିଏମ୍-ଏମ୍.ସିଏଚ୍ ପାଠ ସହ ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂଶୋଧିତ ବଣ୍ଡ ନିୟମ ଲାଗୁ ହେବ। ବଣ୍ଡ ଦାଖଲ ବିନା କୌଣସି ପ୍ରକାର ଆଡମିସନ୍ ହୋଇପାରିବ ନାହିଁ। DMET ଏହାକୁ ସୁନିଶ୍ଚିତ କରିବେ। ଏହି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ୨ବର୍ଷ ପାଇଁ ସରକାରୀ ମେଡିକାଲରେ କାର୍ଯ୍ୟ କରିବାକୁ ପଡ଼ିବ। ଯଦି ଏହି ସମୟରେ କୌଣସି ପ୍ରାର୍ଥୀ ଉଚ୍ଚ ଶିକ୍ଷା କଗିବାର ସୁଯୋଗ ପାଆନ୍ତି ତାହେଲେ ବଣ୍ଡ୍ ନିୟମ ରଦ୍ଦ ହେବ ଓ ପାଠପଢ଼ା ସାରି ଫେରିବା ପରେ ପୂନର୍ବାର ବଣ୍ଡ୍ ନିୟମ ଲାଗୁ ହେବ। ଏଥିପାଇଁ ସେମାନଙ୍କୁ କୋର୍ଟଙ୍କରେ ଏକ ଆଫିଡେଭିଟ୍‌ ଦେବାକୁ ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ