Tuesday, October 13, 2026
28.9 C
Odisha

    ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ଶୋ; ନବୀନ ଓ ବିଜେଡି ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହେଲା ଭୁବନେଶ୍ବର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ’ । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇବା ଓ ତାଙ୍କ ପାଖରୁ କିଛି ଶୁଣିବା ପାଇଁ ରାଜଧାନୀ ରାସ୍ତାରେ ରୁଣ୍ଡ ହୋଇଥିଲେ ଲକ୍ଷ ଲକ୍ଷ ଲୋକ । ଆଉ ଏହି ଜନସମୁଦ୍ର ଭିତରୁ ଶୁଭୁଥିଲା ନବୀନ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ ଧ୍ବନୀ ।ପୂରା ଭୁବନେଶ୍ବର ଥିଲା ଆଜି ନବୀନ ମୟ । ହଜାର ହଜାର ଛାତ୍ରଛାତ୍ରୀ, ମହିଳାଙ୍କ ଗହଣରେ ପୂରି ଉଠିଲା ରାଜଧାନୀ ରାଜପଥ । ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ମେଗା ରୋଡ ଶୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା ମଠ, ସତ୍ଯନଗର, ଶିଶୁଭବନ ଛକ ଦେଇ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ବରେ ସମବେତ ଜନତାଙ୍କ ମଧ୍ଯରେ ଥିଲା ଅପୂର୍ବ ଉତ୍ସାହ । ସୁଖଦୁଃଖର ସାଥୀ ନେତାଙ୍କ ସାନ୍ନିଧ୍ଯ ଲାଭ କରିବା ଲାଗି ସବୁଠି ରହିଥିଲା ଉଦବେଳନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ