Wednesday, June 24, 2026
27.8 C
Odisha

    ବିଜେଡିକୁ ଫେରିଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

    ଆଗକୁ ପଢନ୍ତୁ

    ବିଜେଡିକୁ ଫେରିଲେ ଧାମନଗରର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓରଫ ରାଜୁ ଦାସ । ବିଜେପିରୁ ଇସ୍ତଫା ଦେଇ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି ରାଜୁ ଦାସ । ସେ ବିଜେଡିରେ ସାମିଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ । ରାଜୁ ଦାସ ପ୍ରଥମେ ସ୍ୱାଧୀନ ଭାବେ ଲଢ଼ିଥିଲେ, ତା’ପରେ ବିଜେପିରେ ମିଶିଥିଲେ । ସୋରରୁ ରାଜୁଙ୍କ ନାଁ ବିଜେପି ଘୋଷଣା କରିଥିଲେ ବି ଶେଷ ମୁହୂର୍ତ୍ତରେ ପର୍ଶୁରାମ ଧଡାଙ୍କୁ ଟିକେଟ ଦେଇଥିଲା । ବିଜେପିରେ ଅବହେଳିତ ହେବା ପରେ ପୁଣି ବିଜେଡିକୁ ଫେରିଛନ୍ତି ରାଜୁ । ଚାନ୍ଦବାଲି, ବାସୁଦେବପୁର ଓ ଧାମନଗର ସବୁ ଆସନ ବିଜେଡି ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରାଜୁ । ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସବୁ ସମୟରେ ସହଯୋଗ ରହିବ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.8 ° C
    27.8 °
    27.8 °
    66 %
    1.8kmh
    98 %
    Tue
    27 °
    Wed
    37 °
    Thu
    38 °
    Fri
    37 °
    Sat
    39 °

    ସମ୍ବନ୍ଧିତ