Thursday, October 9, 2025
22.6 C
Odisha

    ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ବିଧାୟକ ମାନଙ୍କୁ ସୂଚନା ଦେଇଛନ୍ତି ନୀତୀଶ କୁମାର । ସେ ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ରାଜଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅପରାହ୍ନରେ ନୂଆ ସରକାର ନେଇପାରେ ଶପଥ । ବିଜେପି ପକ୍ଷରୁ ମଧ୍ୟ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ବିଜେପି ସହ ମିଶି ଦିନ ୪ଟାରେ ନୀତୀଶ କୁମାର ଶପଥ ନେବେ ବୋଲି କୁହାଯାଉଛି । ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ଗୃହମନ୍ତ୍ରୀ ଅମତି ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅମିତ୍ ଶାହ ଆଜି ତାଙ୍କର ପଶ୍ଚିମବଙ୍ଗ ଗସ୍ତ ବାତିଲ କରି ବିହାର ଯିବା ନେଇ ସୂଚନା ମିଳିଛି । କୁହାଯାଉଛି ଯେ ବିହାରରେ ନୂଆ ସରକାର ଗଠନ ଶପଥ ସମାରୋହରେ ଏମାନେ ସାମିଲ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.6 ° C
    22.6 °
    22.6 °
    95 %
    1.2kmh
    100 %
    Thu
    29 °
    Fri
    29 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ