Tuesday, November 11, 2025
24.7 C
Odisha

    ପ୍ରବାଦ ପୁରୁଷଙ୍କୁ ପୁଷ୍ପମାଲ୍ୟ ଦେଇ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକି । ଏହି ଅବସରରେ ପଂଚାୟତିରାଜ ତଥା ଲୋକସେବା ଦିବସ ପାଳିତ ହେଉଛି । ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆଜି ଆୟୋଜନ କରାଯାଇଛି । ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କରେ ପହଁଚି ଶ୍ରଦ୍ଧାଂଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ କର୍ମୀଙ୍କ ସହ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ସେହିପରି ଏୟାରପୋର୍ଟ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଛନ୍ତି ଦଳୀୟ ନେତା ଓ କର୍ମୀ । ସେପଟେ ଶଙ୍ଖଭବନରେ ମଧ୍ୟ ପ୍ରବାଦ ପୁରୁଷଙ୍କ ସ୍ମୃତିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭା ସାଂସଦ ସୁଲତା ଦେଓ, ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    46 %
    2.7kmh
    0 %
    Tue
    23 °
    Wed
    25 °
    Thu
    25 °
    Fri
    25 °
    Sat
    26 °

    ସମ୍ବନ୍ଧିତ