Wednesday, October 14, 2026
22.4 C
Odisha

    ଚଳିତବର୍ଷ ରାତି ୧୦ଟାରେ ଉଠିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

    ଆଗକୁ ପଢନ୍ତୁ

    ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ । ଏହାସହ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ ବସି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । କମିଶନରେଟ ପୋଲିସ୍ ପକ୍ଷରୁ ଆୟୋଜିତ ଏହି ବୈଠକରେ ଟୁଇନ୍ ସିଟ୍ ପୋଲିସ୍ କମିଶନର ସଂଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ, ଜଟଣୀ ବିଧାୟକ ସୁର ରାଉତରାୟ, ମନ୍ଦିର କମିଟି ସଦସ୍ୟ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିି ଯୋଗଦେଇଥିଲେ ।ବୈଠକରେ ଲିଙ୍ଗରାଜ ମନ୍ଦିରର ସବୁ ସେବାୟତ ନିଯୋଗର ମୁଖ୍ୟଙ୍କ ସହ ଆଲୋଚନା କରାଯାଇଥିଲା । ଜାଗରରେ କିଭଳି ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେଥିପାଇଁ ସିଂହଦ୍ୱାର ଦେଇ ଭକ୍ତଙ୍କୁ ଅନୁମତି ମିଳିବ । ଭିଆଇପି ମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହେବ । ଉତ୍ତର ଦ୍ୱାର ଦେଇ ସେବାୟତଙ୍କ ପରିବାର ଲୋକଙ୍କୁ ଅନୁମତି ମିଳିବ । ଦକ୍ଷିଣ ଦ୍ୱାର ଦେଇ କେବଳ ପ୍ରସ୍ଥାନ ବ୍ୟବସ୍ଥା ରହିବ । ବିଏମସି ପକ୍ଷରୁ ପାର୍କିଂ, ପାନୀୟ ଜଳ ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ୍ ମୁତୟନ ହେବେ । ଏହାସହ ଚୋରି ଓ ଛିନତାଇ ରୋକିବାକୁ ସିସିଟିଭି ବ୍ୟବସ୍ଥା ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ