Tuesday, September 29, 2026
22.7 C
Odisha

    ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ବିଜେପିର ସଂକଳ୍ପପତ୍ର ଅନୁଯାୟୀ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ। ମୁଖ୍ୟମନ୍ତ୍ରୀ ବି ଏହାଉପରେ ଗୁରୁତ୍ବ ଦେଉଛନ୍ତି। କ୍ୟାବିନେଟ ବୈଠକରେ ଏ ନେଇ ଖୁବଶୀଘ୍ର ଆଲୋଚନା କରାଯିବ।
    ଏହାଛଡ଼ା ରାଜ୍ୟରେ ଆଳୁ ପିଆଜ ଦରବୃଦ୍ଧିର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ନାସିକରୁ ପିଆଜ କୁଇଣ୍ଟାଲ ପିଛା ୨୯୩୫ ଟଙ୍କାରେ କିଣା ଯାଉଛି। ପରିବହନ ଖର୍ଚ୍ଚ ସହିତ ଖୁଚୁରା ମାର୍କେଟ କିଲୋ ପିଛା ଦର ୪୦ ଟଙ୍କା ରହିଛି ।
    ସେ ଆହୁରି କହିଛନ୍ତି, ବ୍ୟବସାୟୀଙ୍କ ଅନାବଶ୍ୟକ ହୋର୍ଡିଂ ଉପରେ ବିଭାଗ ନଜର ରଖିଛି। ସବୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବ୍ୟବସାୟୀଙ୍କ ସହ କଥା ହୋଇ ଷ୍ଟକ ଉପରେ ନଜର ରଖିବାକୁ କୁହାଯାଇଛି। ସରକାରଙ୍କ ନୀତି ନିୟମରେ ଖିଲାପି କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଳୁ ବି ନାସିକରୁ ଆସୁଥିବାରୁ ଦର ଉଚ୍ଚା ରହିଛି। କଳବଜାରୀ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ