Thursday, March 26, 2026
30.8 C
Odisha

    ରାଜ୍ୟରେ ଶୀତର ପ୍ରକୋପ: ୧୦ ଡିଗ୍ରି ତଳେ ୭ ସହରର ସର୍ବନିମ୍ନ ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୭ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ୭.୫ ଡିଗ୍ରି ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପରିଗଣିତ ହୋଇଛି। ଏହାଛଡ଼ା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫, କିରେଇ ଓ ସେମିଳିଗୁଡାରେ ୮.୭ ଡିଗ୍ରି, ଦାରିଙ୍ଗବାଡ଼ିରେ ୯.୫, କୋରାପୁଟରେ ୯.୬ ଓ ରାଉରକେଲାରେ ୯.୭ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି କଟକରେ ସର୍ବନିମ୍ନ ତାପମାତ୍ରା ୧୪.୫ ଓ ଭୁବନେଶ୍ବରରେ ୧୫.୩ ଡିଗ୍ରି ଥିବା ଜଣାଯାଇଛି।
    ଗତ ୬ ଦିନ ହେବ ରାଜ୍ୟରେ ପ୍ରବଳ ଥଣ୍ଡା ସହ ସକାଳ ୮ଟା ଯାଏ କୁହୁଡ଼ି ହେଉଛି। ବିଭିନ୍ନ ଅଞ୍ଚଳ ଘନ କୁହୁଡ଼ି ବଳୟରେ ରହିଛି। ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖାଯାଉ ନାହିଁ। କେତେକ ସ୍ଥାନରେ ଘନ କୁହୁଡି ଯୋଗୁଁ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉନି। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ