Friday, October 16, 2026
22.3 C
Odisha

    ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ଭି.କେ.ପାଣ୍ଡିଆନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଏନେଇ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ନିଜେ ପାଣ୍ଡିଆନ। କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟ।
    ଏହାକୁ ନେଇ ବିଜେଡି ନେତା ରବୀନ୍ଦ୍ର ଜେନା କହିଛନ୍ତି, ଭି.କେ ପାଣ୍ଡିଆନ ନିର୍ବାଚନ ନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି। ଏପରିକି ୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଦଳ ପାଇଁ କାମ କରିବେ ବୋଲି ପାଣ୍ଡିଆନ ବୈଠକରେ କହିଛନ୍ତି। ଦଳକୁ ଆହୁରି ସଙ୍ଗଠିତ କରିବା ସହ ଦଳୀୟ ନେତାଙ୍କ ସହ ମିଶି ପାଣ୍ଡିଆନ କାମ କରିବେ। ସୁଶାସିତ ରାଜ୍ୟ ଭାବେ ଯେପରି ଓଡ଼ିଶା ଦେଶରେ ପ୍ରତିଷ୍ଠା ଲାଭ କରିଛି, ଦଳକୁ ମଧ୍ୟ ଆହୁରି ଲୋକପ୍ରିୟ କରିବାକୁ କାମ କରିବେ ବୋଲି କହିଛନ୍ତି ପାଣ୍ଡିଆନ।
    ସେହିଭଳି ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, ପାଣ୍ଡିଆନ ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିବା ପରେ ବିରୋଧୀ ଯେଉଁ ଅପପ୍ରଚାର କରୁଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।ସେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁବର୍ଷ ଧରି କାମ କରିଛନ୍ତି। ଏବେ ବିଜେଡିର ସକ୍ରିୟ କର୍ମୀ ଭାବେ ଦଳ ପାଇଁ କାମ କରିବେ। ଏହାପୂର୍ବରୁ ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗତ ନଭେମ୍ବର ୨୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ପାଣ୍ଡିଆନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ