Tuesday, September 15, 2026
24 C
Odisha

    ସୀମାରେ ସଡ଼କ ନିର୍ମାଣ କରି ନଥିଲା କଂଗ୍ରେସ’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭାରେ ‘ସମ୍ବିଧାନର ୭୫ ବର୍ଷର ଯାତ୍ରା’ ଶୀର୍ଷକ ଆଲୋଚନାର ଆଜି ଦ୍ବିତୀୟ ଦିନରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଓ ବିରୋଧୀ ଇଣ୍ଡି-ମେଣ୍ଟର ସଦସ୍ୟଙ୍କ ମଧ୍ୟରେ ଗରମାଗରମ ବିତର୍କ ହୋଇଛି। ବିତର୍କରେ ଭାଗ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଭାରତର ଆନ୍ତର୍ଜାତିକ ସୀମାରେ ପଡୋଶୀ ରାଷ୍ଟ୍ରର ଅତିକ୍ରମଣ ରୋକିବାକୁ କଂଗ୍ରେସ କୌଣସି ଉଦ୍ୟମ କରିନଥିଲା। ବରଂ ସୀମାରେ ସଡ଼କ ନିର୍ମାଣ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଏଡ଼ାଇ ‌ଦେଇଥିଲା।

    କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି ଏକଦା ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟକୁ ଉଦ୍ଧୃତ କରି କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଥିଲେ, ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ଏହା କହିବାରେ କୌଣସି ଦ୍ବିଧା କରିବେ ନାହିଁ ଯେ କଂଗ୍ରେସ ସରକାର ସୀମାରେ ସଡ଼କ ନିର୍ମାଣ ଯେଭଳି ନହେବ ସେନେଇ ନୀତି ନିର୍ଦ୍ଧାରଣ କରିଛି। ଯଦି ସଡ଼କ ନିର୍ମାଣ ହେବ ତେବେ ସେହି ରାସ୍ତା ଦେଇ ଚୀନ ଆମଦେଶକୁ ଚାଲିଆସିବ ଓ ଆମର ଜମିକୁ ଅଧିକାର କରିବ। ସମ୍ବିଧାନରେ ସମାନତାର ଅଧିକାର ଓ‌ ମତଦାନର ଅଧିକାରକୁ ନେଇ ବିରୋଧୀଙ୍କୁ ସମାଲୋଚନା କରି କହିଥିଲେ ଯେ ବିରୋଧୀ ସର୍ବଦା ସଂଖ୍ୟାଲଘୁଙ୍କୁ ମତଦାନ ଅଧିକାର ମିଳିନାହିଁ ବୋଲି ଅପପ୍ରଚାର କରିଆସୁଛି। ଏଭଳି ରାଜ‌ନୈତିକ ସ୍ବାର୍ଥ ପ୍ରଣୋଦିତ ମନ୍ତବ୍ୟ ଦ୍ବାରା ଦେଶର ମର୍ଯ୍ୟାଦା ହାନି ହେଉଛି, ଏଣୁ ନିଜର ଶବ୍ଦ ଓ କାର୍ଯ୍ୟ ଉପରେ ବିରୋଧୀ କଂଗ୍ରେସ ନିୟନ୍ତ୍ରଣ ରଖବା ଜରୁରୀ ବୋଲି ରିଜିଜୁ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    88 %
    0.9kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ