Wednesday, October 7, 2026
30.3 C
Odisha

    ଏ ମହାପୁରୁଷ ମଣିପୁର କାହିଁକି ଗଲେନି? ଲାକ୍ଷାଦ୍ବୀପର ଫଟୋ ଛାଡ଼ିବାରୁ ମୋଦୀଙ୍କୁ ଟାର୍ଗେଟ କଲେ ଖଡଗେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ବୀପ ଯାଇଥିବା ଦେଖାଯାଇଥିଲା। ନିଜର କିଛି ଫଟୋ ଛାଡ଼ି ବୁଲିବାକୁ ପସନ୍ଦ କରୁଥିବା ‌ଲୋକେ ଲାକ୍ଷାଦ୍ବୀପ ଆସିବା ଉଚିତ୍ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ଏବେ କଂଗ୍ରେସ ତାଙ୍କୁ ଟା‌ର୍ଗେଟ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ଦେଖାଯାଇଛି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ସବୁଆଡେ ଯାଉଛନ୍ତି। କିନ୍ତୁ ସେ ମଣିପୁରକୁ କାହିଁକି ଯାଉନାହାଁନ୍ତି? ମଣିପୁରରେ ହିଂସା ହେବା ସହ ପରିସ୍ଥିତି ବହୁତ ଖରାପ ହୋଇଥିଲା। ଏହା ସତ୍ତ୍ବେ ମଣିପୁର ନଯାଇ ସେ କେବେ ସମୁଦ୍ର କୂଳରେ ତ କେବେ ନିର୍ମାଣ ହେଉଥିବା ମନ୍ଦିର ଆଗରେ ଫ‌ଟୋ ଉଠାଇ ସେୟାର କରୁଛନ୍ତି। ନୂଆ ନୂଆ ସ୍ଥାନକୁ ଯାଇ ନୂଆ ବସ୍ତ୍ର ପିନ୍ଧି ସେ ଫଟୋ ଉଠାଉଛନ୍ତି। ଏ ମହାପୁରୁଷ ଲୋକେ ମରୁଥିବା, ମହିଳାଙ୍କ ସହ ଦୁଷ୍କର୍ମ ହେଉଥିବା ଓ ଅତ୍ୟଧିକ ଥଣ୍ଡାରେ ମୃତ୍ୟୁବରଣ କରୁଥିବା ମଣିପୁରକୁ କାହିଁକି ଯାଉନାହାନ୍ତି। ମଣିପୁର କ’ଣ ଦେଶର ଏକ ଅଂଶ ନୁହେଁ? ଲାକ୍ଷାଦ୍ବୀପ ଯାଇ ପାଣିରେ ପହଁରୁଛୁ। କିନ୍ତୁ ମଣିପୁର ଯାଇ ଲୋକଙ୍କୁ ବୁଝାଇପାରୁ ନାହଁ।” ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ସମୂଦ୍ର କୂଳରେ ବସିଥିବାର ଓ ମୁହଁରେ ସ୍ନର୍କଲ ଲଗାଇ ପହଁରୁଥିବା ଦେଖିବାକୁ ମିଳିଥିଲା। ଫଟୋ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ଯେଉଁମାନେ ନିଜ ମଧ୍ୟରେ ଥିବା ସାହସକୁ ଦେଖାଇବାକୁ ଚାହାନ୍ତି, ସେମାନେ ନିଜ ବୁଲିବା ସୂଚୀରେ ଲାକ୍ଷାଦ୍ବୀପଙ୍କୁ ରଖନ୍ତୁ। ମୁଁ ସେଠାରେ ରହିବା ସମୟରେ, ସ୍ନର୍କଲିଙ୍ଗ୍ କରିବାକୁ ‌ଚେଷ୍ଟା କରିଥିଲି। ଏହା ବହୁତ ଉତ୍ସାହଜନକ ଅନୁଭୂତି ଥିଲା।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ