Monday, April 6, 2026
23.4 C
Odisha

    ବିଜେଡି-ବିଜେପି ଭିତରେ ହାତଗଣ୍ଠି ପକାଇବ କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଂଗ୍ରେସ କରିବ ବାହାଘର। ବିଜେଡି-ବିଜେପି ଭିତରେ ପକାଇବ ହାତଗଣ୍ଠି। ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ଭିତରେ କଟାକ୍ଷ କରି, ଏମିତି ଏକ ନିଆରା ରଣନୀତି ଆପଣାଇବାକୁ ଯୋଜନା କରିଛି କଂଗ୍ରେସ। ଯୋଜନା ଅନୁସାରେ କଂଗ୍ରେସ ଭବନରେ ପ୍ରତୀକାତ୍ମକ ଭାବେ ଧୂମଧାମରେ ବିଜେଡି ଓ ବିଜେପିର ବାହାଘର ହେବ। ଏଥିରେ ବିଜେଡି ବର ହେବ ଓ ବିଜେପି କନିଆ ହେବ। ସାହାନାଇ ବାଜି । ଜନତା ସାଜିବେ ଅତିଥି। ଭୋଜିଭାତର ବି ଆୟୋଜନ କରାଯାଇଛି। ଏପରିକି ଏଥିଲାଗି ବାହାଘର ନିମନ୍ତ୍ରଣ କାର୍ଡ ବି ପ୍ରସ୍ତୁତ କରାଯାଇଛି।
    ୨୦୧୯ ପରଠାରୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରି ଆସିଛି। ଯେତେବେଳେ ବିରୋଧୀ କେନ୍ଦ୍ର ସରକାରକୁ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି, ସେତେବେଳେ ବିଜେଡି, ପାଖରେ ଛିଡ଼ା ହୋଇଛି। କେବଳ ଏତିକି ନୁହେଁ ଉଭୟ ଦଳର ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି। ଯାହାକୁ ନେଇ ଦୁଇ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ଜନତା, ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଆଉ ଏହାକୁ ନେଇ ବିରୋଧୀ କଂଗ୍ରେସ ବିଜେଡି-ବିଜେପିକୁ ଘେରି ଆସିଛି। ଦୁଇ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଅଭିଯୋଗ କରି ଆସିଛି। ହେଲେ କଂଗ୍ରେସର ଏଭଳି ଅଭିଯୋଗକୁ ବିଜେଡି ଓ ବିଜେପି ଖଣ୍ଡନ କରିଛନ୍ତି । ଏହା ଭିତ୍ତିହୀନ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    69 %
    1.1kmh
    3 %
    Mon
    38 °
    Tue
    35 °
    Wed
    37 °
    Thu
    37 °
    Fri
    37 °

    ସମ୍ବନ୍ଧିତ