Sunday, September 27, 2026
27.3 C
Odisha

    ପୁଲିସ ହାତରେ ଜମତାରା ଗ୍ୟାଙ୍ଗର ୪ ସଦସ୍ୟ: ଚାରି ହଜାର ନକଲି ସିମ୍ ଜବତ

    ଆଗକୁ ପଢନ୍ତୁ

    ଘଷିପୁରା: କେନ୍ଦୁଝର ପୁଲିସକୁ ବଡ଼ ସଫଳତା। କେନ୍ଦୁଝର ପୁଲିସ ହାତରେ ସାଇବର ଠକ ଜମତାରା ଗ୍ୟାଙ୍ଗର ସଦସ୍ୟ। ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ବନ୍ଧା ହୋଇଥିବା ଅଭିଯୁକ୍ତମାନେ ଘଷିପୁରା ଅଞ୍ଚଳର ବୋଲି ଜଣାଯାଇଛି। ଏହି ଜମତାରା ଗ୍ୟାଙ୍ଗ ଓଡ଼ିଶାରେ ସକ୍ରିୟ ଥିଲେ। ଜମତାରା ଗ୍ୟାଙ୍ଗର ସଦସ୍ୟ ଓଡ଼ିଶାର୪ ଜଣଙ୍କୁ ନେଟୱର୍କରେ ରଖିଥିଲେ।
    ଗୋଟିଏ ସିମ୍ ପିଛା ଦେଉଥିଲେ ୪ ହାଜର ଟଙ୍କା। ବର୍ଷକରେ ୪ ହଜାରରୁ ଅଧିକ ସିମ୍ ଓଡ଼ିଶାରୁ ଆକ୍ଟିଭ୍ ହୋଇଛି। ଗରିବ ଲୋକଙ୍କ ଆଇଡି ଦେଇ ଏମାନେ ସିମ୍ କିଣୁଥିଲେ। ଆକ୍ଟିଭେଟ୍ ସିମକୁ ଝାଡ଼ଖଣ୍ଡ ପଠାଇ କ୍ରାଇମ୍ କରୁଥିଲେ। ମହାରାଷ୍ଟ୍ରରୁ ଅଭିଯୋଗ ଆସିବା ପରେ କେନ୍ଦୁଝର ପୁଲିସ ତନାଘନା ଆରମ୍ଭ କରିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ପ୍ରାୟ ଚାରି ହଜାର ନକଲି ସିମ୍ ଜବତ କରାଯାଇଛି। ବିଶେଷ କରି ଜିଓ ଏବଂ ଏୟାରଟେଲ୍ ନମ୍ବରରୁ ଠକେଇ କରୁଥିବା ଜଣାପଡ଼ିଛି।

    ଅଭିଯୁକ୍ତମାନଙ୍କ ନିକଟରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ , ୫ ଟି ବାଇମେଟ୍ରିକ ସ୍କାନର , ୨୫ ଟି ଏଟିଏମ୍ କାର୍ଡ଼ , ୨୫ ଟି ଆଇଡି କାର୍ଡ , ଗୋଟିଏ ଲାପଟପ , ୭ ଟି ପାସ ବହି , ୧୮୫ ଟି ଫଟୋ , ୫୦୭୧ ଟଙ୍କା ଜବତ ହୋଇଛି। ଧରାପଡ଼ିଥିବା ଅଭିଯୁକ୍ତ ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଉର୍ଧ୍ବ ମାମଲା ରହିଛି। ଅଭିଯୁକ୍ତମାନେ ଘସିପୁରା ଥାନା ଅଞ୍ଚଳର ରାଜକିଶୋର ଜେନା, ତପନ କୁମାର ଜେନା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ମିଶ୍ର ବୋଲି ସୂଚନା ଦେଇଛନ୍ତି ଏସପି ନିତିନ୍ କୁଶଲକର। ପ୍ରତି ସିମ୍ କାର୍ଡ଼କୁ ୪ ରୁ ୫ ହଜାର ଟଙ୍କାରେ ସେମାନେ ବାହାର ରାଜ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ଏମାନଙ୍କ ନାଁରେ ସାଇବର ଥାନା କେସ୍ ନମ୍ବର ୫/୨୦୨୪ରେ ମାମଲା ରୁଜୁ ହୋଇ ଆଇପିସିର ଧାରା ୪୧୯, ୪୨୦ , ୩୪ ଆର ଡବ୍ଲୁ ଆଇନ୍ ୬୬ (ଗ), ୬୬ (ଘ), ଆଇଟି ଆକ୍ଟ-୨୦୦୦ରେ ଗିରଫ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ