Friday, April 3, 2026
33.6 C
Odisha

    ଗାଡ଼କଣରେ ଗୃହ ନିର୍ମାଣ: ୧୩୪.୮୫କୋଟିର ଟେଣ୍ଡରକୁ ମଞ୍ଜୁରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,୨୩।୨: ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଦ୍ୱାରା ଭୁବନେଶ୍ୱରର ଗାଡ଼କଣ ମୌଜାଠାରେ ସୁଲଭ ମୂଲ୍ୟରେ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପରେ ମୋଟ ୩୫୧ ଗୃହ ନିର୍ମାଣ ହେବ। ସେଥିରେ ୨୧୬ଟି ମଧ୍ୟମ ଆୟକାରୀ ବର୍ଗଙ୍କ ପାଇଁ ନିର୍ମାଣ ହେବାକୁ ଥିବାବେଳେ ୧୧୫ଟି ନିମ୍ନ ଆୟକାରୀ ବର୍ଗ, ୨୦ଟି ଆର୍ଥିକ ଦୁର୍ବଳ ଶ୍ରେଣୀ ବର୍ଗ ଓ ୨୫ଟି ଦୋକାନ ଗୃହ ନିର୍ମାଣ ପାଇଁ ଯୋଜନା ରହିଛି। ଏଥିପାଇଁ ଡକାଯାଇଥିବା ୧୩୪.୮୫କୋଟି ଟଙ୍କାର ଟେଣ୍ଡରକୁ ଗୁରୁବାର ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି।

    ସେହିପରି କେନ୍ଦ୍ରର ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଧାମରା ନଦୀର ଭଦ୍ରକ ଜିଲାର କାନିନାଳି ଓ କେନ୍ଦ୍ରାପଡ଼ା ଜିଲାର ତାଳଚୁଆକୁ ସଂଯୋଗ କରୁଥିବା ରୋ-ଫ୍ୟାକ୍ଟ ଜେଟି ନିର୍ମାଣ କରାଯିବ। ଉକ୍ତ ସ୍ଥାନରେ ଥିବା ଘାଟରେ କୌଣସି ଜେଟି ନ ଥିବାରୁ ଯାତ୍ରୀମାନେ ଲଞ୍ଚ କିମ୍ବା ବୋଟ୍‌ରେ ସୁରକ୍ଷିତ ଭାବରେ ଚଢ଼ିବା ଓ ଓହ୍ଲାଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରସ୍ତାବିତ ପ୍ରକଳ୍ପ ଦ୍ବାରା ୧୧ଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପ୍ରାୟ ୧ ଲକ୍ଷ ଲୋକ ଜଳପଥ ଯୋଗେ ଉପକୃତ ହେବେ। ଏଥିପାଇଁ ୧୪୬.୩୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ