Saturday, April 11, 2026
37.2 C
Odisha

    ଲକ୍ଷ୍ମୀ ବସ୍ ଷ୍ଟପେଜ୍ ନିର୍ମାଣରେ ଦୁର୍ନୀତିର ଗନ୍ଧ । ଖର୍ଚ୍ଚ ହୋଇଛି ୫ ଲକ୍ଷରୁ ଅଧିକ ଟଙ୍କା । ଉଠିଲା ପ୍ରଶ୍ନ, ବସଷ୍ଟପ ନା ଆଉ କଣ ?

    ଆଗକୁ ପଢନ୍ତୁ

    ଲକ୍ଷ୍ମୀ ବସକୁ ନେଇ ଥମୁନି ବିବାଦ । ଗାଁରୁ ସହରକୁ ଯୋଡିବା ପାଇଁ ବିଗତ ସରକାର ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ। ଏହି ସେବାକୁ ନେଇ ବିବାଦ ଦେଖା ଦେଉଥିବା ବେଳେ ବର୍ତ୍ତମାନ ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ନିର୍ମାଣର ଅନୁଦାନ ରାଶିକୁ ନେଇ ସନ୍ଦେହ ଉପୁଜିଛି ।ଲକ୍ଷ୍ମୀ ବସ ପାଇଁ ନବରଙ୍ଗପୁରରେ ତିଆରି ହୋଇଛି ପ୍ରତୀକ୍ଷାଳୟ। ଗୋଟିଏ ଯାତ୍ରୀ ବିଶ୍ରାମାଗାର ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ୫ ଲକ୍ଷ ଟଙ୍କା। ୪ଟି ଖୁଣ୍ଟ, ଗୋଟିଏ କାନ୍ଥ ଓ ଛାତ ଅଛି, ଚଟାଣରେ ଟାଇଲସ ସହ ଷ୍ଟିଲ ରେଲିଂ ଓ ବେଞ୍ଚ କରାଯାଇଛି। ଏତିକି ପାଇଁ ୫ ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ସ୍ତରରେ ଜଣାପଡ଼ିବା ପରେ ସନ୍ଦେହ ସୃଷ୍ଟି ହୋଇଛି।ପ୍ରଧାନମନ୍ତ୍ରୀ ଆବାସରେ ୨୫୦ ବର୍ଗ ଫୁଟ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଦିଆଯାଉଛି । କିନ୍ତୁ ୧୫୪ ବର୍ଗ ଫୁଟ ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ପାଇଁ ଦିଆଯାଇଛି ୫ ଲକ୍ଷ ୧୮ ହଜାର ଟଙ୍କା। ଆବାସ ବର୍ଗଫୁଟ ପିଛା ୫୨୦ ଟଙ୍କା ଖର୍ଚ୍ଚ ହେଉଛି । ସେତିକି ବେଳେ ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ବର୍ଗଫୁଟ ପିଛା ୩୩୬୩ ଟଙ୍କା କେମିତି ଖର୍ଚ୍ଚ ହେଲା ? ବୋଲି ପ୍ରଶ୍ନ ଉଠିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ