Monday, October 5, 2026
29.8 C
Odisha

    କ୍ରିମି ଚିକେନ

    ଆଗକୁ ପଢନ୍ତୁ

    ଆବଶ୍ୟକ ସାମଗ୍ରୀ: ଚିକେନ, ବସାଦହି, ଲଙ୍କାଗୁଣ୍ଡ, ରିଫାଇନ୍‌ ତେଲ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ, କ୍ଷୀର, କ୍ରିମ୍‌, ଚାଟ ମସଲା ଓ ଗୋଟା କଞ୍ଚାଲଙ୍କା

    ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନରେ ବସାଦହି, ଲଙ୍କାଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ। କରେଇରେ ତେଲ ଗରମ କରି ମ୍ୟାରିନେଟ ଚିକେନ୍‌କୁ ଭାଜି ରଖନ୍ତୁ। ପୁଣି କରେଇରେ ତେଲ ଗରମ କରି ପିଆଜ ବଟା, ଅଦା ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। ମସଲା ଅଳ୍ପ କଷି ହେବା ପରେ ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ ଓ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ପାଣି ଓ ଭାଜି ରଖିଥିବା ଚିକେନକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଚିକେନରେ କ୍ରିମ୍‌, ଚାଟ ମସାଲା ଓ ଗୋଟା କଞ୍ଚାଲଙ୍କା ପକାଇ ଗୋଳାଇ ଦିଅନ୍ତୁ ଓ ଏହାକୁ ୫ ମିନିଟ୍‌ ଘୋଡ଼ାଇ ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଗରମାଗରମ କ୍ରିମି ଚିକେନ। ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ