Tuesday, September 29, 2026
23.6 C
Odisha

    ମୁଁ ଲିଭ୍‌-ଇନ୍‌ ସମ୍ପର୍କକୁ ସମର୍ଥନ କ‌ରେନି : ଆକାଶ

    ଆଗକୁ ପଢନ୍ତୁ

    ପ୍ରଥମେ ଆଲ୍‌ବମ୍‌ରେ ଦର୍ଶକଙ୍କ ମନ ମୋହିବା ପରେ ୨୦୦୮ରେ ‘କଳିଙ୍ଗ ପୁତ୍ର’ ଜରିଆରେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ ସେ। ପରେ ‘ସତ୍ୟମେବ ଜୟତେ’, ‘ଶତ୍ରୁ ସଂହାର’, ‘ଆଲୋ ମୋର କଣ୍ଢେଇ’, ‘ଜଷ୍ଟ୍‌ ‌େମ‌ାହବତ୍‌’, ‘ଫୋର୍‌ ଇଡିୟଟ୍‌ସ୍‌’, ‘ଅଗସ୍ତ୍ୟ’ ଓ ‘ମହାବାହୁ’ ଭଳି ଅନେକ ଓଡ଼ିଆ ସିନେମାରେ ମନଛୁଆଁ ଅଭିନୟ କରି ଦର୍ଶକଙ୍କ ମନରେ ଜାଗାଟିଏ ସାଇତିଛନ୍ତି ଆକାଶ ଦାସନାୟକ। ନିକଟରେ ପ୍ରେକ୍ଷାଳୟକୁ ଆସିଛି ‘କେମିତି ଏ ସଂପର୍କ’ ଏବଂ ଆଗକୁ ଆସୁଛି ‘ଜୟହିନ୍ଦ୍‌’ ଓ ‘ଚନ୍ଦ୍ରବଂଶୀ’। ଆକାଶଙ୍କ ସହ ଅଳ୍ପଆଳାପ।
    ଆପଣ ଅଭିନେତା ହେବା ସହ ଜଣେ ରାଜନେତା ମଧ୍ୟ। ସୁଯୋଗ ମିଳିଲେ ୨୦୨୪ରେ ନିର୍ବାଚନ ଲଢ଼ିବେ କି?
    ମୁଁ ଏକ ରାଜନୈତିକ ପରିବାରରୁ ଆସିିଛି। ରାଜନୀତି ମୋ ପାଇଁ ସାମାଜସେବାର ଏକ ମାଧ୍ୟମ। ନିଶ୍ଚିତ ଭାବେ ୨୦୨୪ରେ ମୁଁ ନିର୍ବାଚନ ଲଢ଼ିବାକୁ ଚାହିଁବି।

    ଅଭିନେତା ଓ ରାଜନେତା ଦୁଇଟି ଭୂମିକା ନିଭାଇ ସାରିଲେଣି। କେଉଁ ଭୂମିକାରେ ଆପଣ ବେଶି ରୁଚି ରଖନ୍ତି?
    ଛାତ୍ର ଥିବାବେଳୁ ହିଁ ମୁଁ ରାଜନୀତି ସହ ଜଡ଼ିତ। ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ରାଜନୀତି ସୁଯୋଗ ପ୍ରଦାନ କରିଥାଏ। ରାଜନୀତି ପ୍ରତି ମୋର ବିଶେଷ ରୁଚି ରହିଛି।

    ସମାଜ ସେବାରେ ଆପଣ ସକ୍ରିୟ। ସମାଜ ସେବାର ଭାବନା କେବେ ଓ କେଉଁ କାରଣରୁ ସୃଷ୍ଟି ହେଲା?

    ପିଲାଦିନରୁ ହିଁ ମୁଁ ମୋର ପିତା ବିଶିଷ୍ଟ ଶ୍ରମିକ ନେତା ତଥା ଲେଖକ ମାୟାଧର ନାୟକ ଏବଂ ମାଆ ଶିକ୍ଷାବିତ୍‌ ତଥା ସମାଜସେବୀ ଇନ୍ଦ୍ରାଣୀ ଦାସଙ୍କ ସହ ମିଶି ଅବହେଳିତ, ନିଷ୍ପେଷିତ ଓ ଆଦିବାସୀମାନଙ୍କ ପାଇଁ କାମ କରିଛି। ସେବେଠାରୁ ହିଁ ମୁଁ ସମାଜସେବା ପ୍ରତି ଆକୃଷ୍ଟ ହୋଇଛି।
    ପ୍ରତିଭାମୟୀ କଳାକାର ଅନିତା ଦାସଙ୍କ ପୁତୁରା ଭାବେ ଆପଣ ସିନେଜଗତରେ ସୁବିଧା ପାଇଛନ୍ତି ନା ସେଥିପାଇଁ ଆପଣଙ୍କ କ୍ୟାରିୟର୍‌ ଉପରେ କୁପ୍ରଭାବ ପଡ଼ିଛି?
    ମୁଁ ଯେତେବେଳେ ମୋର ଅଭିନୟ କ୍ୟାରିୟର୍‌ ଆରମ୍ଭ କଲି ସେତେବେଳେ କେହି ଜାଣି ନ ଥିଲେ ମୁଁ ଅନିତା ଦାସଙ୍କ ପୁତୁରା। ଅନେକ ବର୍ଷ ପରେ ଲୋକ ଜାଣିଲେ ଯେ, ସେ ମୋ ମାଉସୀ। ସେତେବେଳକୁ ମୁଁ ପ୍ରତିଷ୍ଠିତ ‌ହୋଇସାରିଥିଲି। ହେଲେ ଏହା ସତ ଯେ, ଅଭିନୟ କ୍ଷେତ୍ରରେ ସେ ମୋ ଆଦର୍ଶ ଓ ପ୍ରେରଣା। ପିଲାଦିନରୁ ତାଙ୍କୁ ଦେଖିକରି ହିଁ ଅଭିନୟ ପ୍ରତି ଆକୃଷ୍ଟ ହୋଇଛି।

    ମୁଁ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌କୁ ସମର୍ଥନ କ‌ରେନି। ଭାରତୀୟ ସଂସ୍କୃତିରେ ଏହା ଗ୍ରହଣୀୟ ନୁହେଁ। ହେଲେ ମୋ ମତରେ ବିବାହ ପୂର୍ବରୁ ନିଶ୍ଚିତ ଭାବେ ପରସ୍ପରଙ୍କୁ ଜାଣିବା ଦରକାର।

    ଆପଣଙ୍କର ପ୍ରେମ ବିବାହ ନା ବ୍ୟବସ୍ଥିତ? ଆପଣଙ୍କ ପତ୍ନୀଙ୍କ ସହ ପ୍ରଥମ ସାକ୍ଷାତ୍‌ କେବେ ହୋଇଥିଲା?
    ମୋର ବ୍ୟବସ୍ଥିତ ବିବାହ। ଯେହେତୁ ଆମର ପୂର୍ବରୁ ପାରିବାରିକ ସଂପର୍କ ଥଲା ତେଣୁ ଆମେ ପରସ୍ପରଙ୍କୁ ଜାଣିଥିଲୁ। ବିବାହ ପ୍ରସ୍ତାବ ପଡ଼ିବା ପୂର୍ବରୁ ଦେଖାସାକ୍ଷାତ୍‌ ହୋଇଥିଲା।

    ଆଜିକାଲି ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ର ଟ୍ରେଣ୍ଡ୍‌ ଚାଲିଛି। ଆପଣ ଭାବନ୍ତି କି ପୂର୍ବରୁ ପରସ୍ପରଙ୍କୁ ଜାଣି ବିବାହ କଲେ ବାହାଘର ଜୀବନ ବେଶି ସୁଖମୟ ହେବ?
    ମୁଁ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌କୁ ସମର୍ଥନ କ‌ରେନି। ଭାରତୀୟ ସଂସ୍କୃତିରେ ଏହା ଗ୍ରହଣୀୟ ନୁହେଁ। ହେଲେ ମୋ ମତରେ ବିବାହ ପୂର୍ବରୁ ନିଶ୍ଚିତ ଭାବେ ପରସ୍ପରଙ୍କୁ ଜାଣିବା ଦରକାର, ବୁଝିବା ଦରକାର। ମନ ଓ ମତ ଉଭୟ ମିଶିଲେ ଯାଇ ବିବାହ କରିବା ଉଚିତ।

    ଭବିଷ୍ୟତକୁ ନେଇ କ’ଣ ସ୍ବପ୍ନ ଦେଖିଛନ୍ତି?
    ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ରହିଛି। କିଛି ସ୍ବପ୍ନ ନିଜ ପାଇଁ ଓ କିଛି ସ୍ବପ୍ନ ମୋ ମାଟି ପାଇଁ । ମୋ ନିର୍ବାଚନ ମଣ୍ଡଳୀକୁ ବିକାଶର ଶିଖରରେ ଦେଖିବାକୁ ଚାହୁଁଛି। ସମସ୍ତଙ୍କ ହୃଦୟରେ ମୁଁ ଜ‌ଣେ ଭଲ ମଣିଷ, ଭଲ ରାଜନେତା ଓ ଭଲ ଅଭିନେତା ଭାବେ ସବୁଦିନ ପାଇଁ ରହିବାର ସ୍ବପ୍ନ ଦେଖେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ