Thursday, September 10, 2026
26.6 C
Odisha

    ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍: ପୀଡ଼ିତାଙ୍କ ଅଭିଯୋଗରେ କରିବ ତଦନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀର ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍। ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ସେଠାରେ ପହଞ୍ଚିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍।
    ସୂଚନାଯୋଗ୍ୟ, ଗତକାଲି ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ଝାରପଡ଼ା ଜେଲ୍ରେ ଅଧୀକ୍ଷକ, ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଭେଟିଥିଲା। ଆହତ ଅବସ୍ଥାରେ ଜେଲ୍କୁ ଆସିଥିବା ପୀଡ଼ିତାଙ୍କର ସେହି ସମୟର ସ୍ବାସ୍ଥ୍ୟାବସ୍ଥା ବାବଦରେ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍ସ ପଠାଗଲା। ଅଥଚ ପୂର୍ବରୁ କ’ଣ ପାଇଁ ତାଙ୍କୁ ଜେଲ୍ରେ ରଖି ଚିକିତ୍ସା କରାଯାଉଥିଲା ବୋଲି ଜାଣିବାକୁ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଖୋଳତାଡ଼ କରିଛି।
    ଅନ୍ୟପଟେ ମିଛଧରା ପରୀକ୍ଷା ପାଇଁ କ୍ରାଇମ୍ବ୍ରାଞ୍ଚ୍ ଆଜି କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ପରିବାର କ୍ରାଇମବ୍ରାଞ୍ଚ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଥିବାରୁ ତଦନ୍ତର ଏହି ଦିଗଟି ନିଶ୍ଚିତ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ୧୫ ତାରିଖ ଦିନ ସକାଳେ ଭରତପୁର ଥାନା ପୁଲିସ କ୍ୟାପିଟାଲ୍ ହସ୍ପିଟାଲ୍ରେ ପୀଡ଼ିତାଙ୍କ ମେଡିକାଲ୍ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଥିଲା। କୋର୍ଟରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା। ୧୭ ତାରିଖ ପର୍ଯ୍ୟନ୍ତ ସେ ଝାରପଡ଼ା ଜେଲ୍ରେ ଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ୨ ଦିନ ରହି ସେ ଚିକିତ୍ସିତ ହୋଇଥିଲେ।
    ମାମଲାରୁ ଗୁରୁତ୍ବ ଉପଲବ୍ଧି କରି ରାଜ୍ୟ ସରକାର ମଧ୍ୟ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ କରାଇବା ସହ ପରେ ନ୍ୟାୟିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.6 ° C
    26.6 °
    26.6 °
    88 %
    1.2kmh
    100 %
    Thu
    28 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ