Sunday, October 11, 2026
23.6 C
Odisha

    ଶଙ୍ଖ ଛାଡ଼ି ହାତ ଧରିଲେ ସିପ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ ଗୁରୁବାର କଂଗ୍ରେସରେ ଯୋଗଦେଇଛନ୍ତି। ସେ କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।

    କେନ୍ଦ୍ରାପଡ଼ା ଜିଲ୍ଲାର ୫ ବିଧାନସଭା ଆସନ ମଧ୍ୟରୁ ୪ଟି ଆସନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ସାରିଛି। କିନ୍ତୁ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ବିଜେଡ଼ି, କଂଗ୍ରେସ ଅବା ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ। ଏପରିସ୍ଥଳେ ସିପ୍ରା ଏବେ ବିଜେଡ଼ି ଛାଡି କଂଗ୍ରେସ ଶିବିରରେ ଯୋଗଦେବା ଦ୍ବାରା କେନ୍ଦ୍ରାପଡ଼ା ଆସନରେ ହୁଏତ ସେ କଂଗ୍ରେସ ଟିକେଟ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

    କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ କ୍ଷେତ୍ରକୁ ୨୦୦୯ ମସିହାରେ ସଂରକ୍ଷିତ ଆସନ ଭାବେ ଘୋଷଣା କରାଯାଇଥିଲା। ଏହା ପରଠାରୁ ବିଜେଡିର ଡ. ସିପ୍ରା ମଲ୍ଲିକ, କିଶୋର ଚନ୍ଦ୍ର ତରାଇ ଓ ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପଟ୍ଟାମୁଣ୍ଡାଇର ୧୨ ଓ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ୨୭ ପଞ୍ଚାୟତ ଓ ପୌରାଞ୍ଚଳକୁ ନେଇ ଗଠିତ। ଶାସକ ଦଳର ପୂର୍ବତନ ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ପୁନର୍ବାର ଟିକେଟ ଆଶାୟୀ ଥିଲେ। ତେବେ ବିଜେଡ଼ି ହୁଏତ ସିପ୍ରାଙ୍କ ଉପରେ ଭରସା କରି ନପାରେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ସିପ୍ରା ବିଜେଡି ଛାଡି ସମସ୍ତ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ