Thursday, September 19, 2024
23 C
Odisha

    CTET ରେଜଲ୍ଟ ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଜୁଲାଇ ୨୦୨୪ର ଫଳାଫଳ ଘୋଷଣା କରାଯାଇଛି । ଏଥିପାଇଁ ଗତ ମାର୍ଚ୍ଚ ୩ରୁ ଏପ୍ରିଲ ୫ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିବା ବେଳେ ଜୁଲାଇ ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ମାସ ଶେଷ ଆଡ଼କୁ ସମ୍ଭାବ୍ୟ ରେଜଲ୍ଟ ଘୋଷଣା ହୋଇପାରେ ବୋଲି ପୂର୍ବରୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ।

    ଗତମାସ ୩ ତାରିଖରେ ଆଡମିଟ୍ କାର୍ଡ ଜାରି କରାଯାଇଥିବା ବେଳେ ୨୪ ତାରିଖରେ ପରୀକ୍ଷାର ଆନସର କୀ ଜାରି କରାଯାଇଥିଲା । ଜୁଲାଇ ୨୭ ପର୍ଯ୍ୟନ୍ତ ପ୍ରାଥୀଙ୍କୁ ଅଭିଯୋଗ ଦାଖଲ କରିବାକୁ ସୁଯୋଗ ଦିଆଯାଇଥିଲା । ସକାଳ ୯.୩୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ ପରୀକ୍ଷା ଓ ଦ୍ୱିପ୍ରହର ୨ଟାରୁ ଅପରାହ୍ଣ ୪.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ପ୍ରାର୍ଥୀମାନେ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ ଓ ସ୍କୋର କାର୍ଡକୁ ମଧ୍ୟ ଡାଉନଲୋଡ୍ କରିପାରିବେ ।

    ରେଜଲ୍ଟ ଲିଙ୍କ: https://cbseresults.nic.in/ctet_july_24_agi

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ