Friday, October 18, 2024
25 C
Odisha

    କମିନ୍ସ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳୀ: ୨୦.୫୦ କୋଟିରେ କିଣିଲା ସନରାଇଜର୍ସ

    ଆଗକୁ ପଢନ୍ତୁ

    ଆଇପିଏଲ ଇତିହାସରେ ମହଙ୍ଗା ଖେଳାଳି ସାବ୍ୟସ୍ତ ହେଲେ ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ କମିନ୍ସ । ପ୍ୟାଟ କମିନଙ୍କୁ ସର୍ବାଧିକ ୨୦.୫୦କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ । ୨୦୨୪ ଆଇପିଏଲ ସିଜିନ୍ ପାଇଁ ଦୁବାଇରେ ନୀଲାମି ଆରମ୍ଭ ହୋଇଥିବା ବେଳେ ପ୍ୟାଟ କମିନ୍ସ ଇତିହାସ ରଚିଛନ୍ତି । କମିନ୍ସଙ୍କ ବେସ ପ୍ରାଇସ ୨କୋଟି ରହିଥିବା ଆରମ୍ଭରୁ ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ୨୦.୫୦କୋଟି ଟଙ୍କାରେ କମିନ୍ସଙ୍କୁ ନେଇଛି ସନରାଇଜର୍ସ ହାଇଦ୍ରାବାଦ । କମିନ୍ସଙ୍କ ପରେ ଭାରତୀୟ ଖେଳାଳି ହର୍ଷଲ ପଟେଲଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି କିଙ୍ଗସ ଇଲେଭେନ ପଂଜାବ । ସେହିପରି ପ୍ରଥମ ପର୍ଯ୍ୟାୟ ନିଲାମୀରେ ୱେଷ୍ଟେଇଣ୍ଡିଜ ଅଲରାଉଣ୍ଡର ରୋମେନ ପାୱେଲଙ୍କୁ ରାଜସ୍ଥାନ ରୟାଲ୍ସ ୭.୪୦ କୋଟି ଟଙ୍କା, ହ୍ୟାରୀ ବ୍ରୁକଙ୍କୁ ୪କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ । ପ୍ରଥମ ଥର ପାଇଁ ବିଦେଶରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ୭୩ଟି ସ୍ଲଟ ପାଇଁ ନିଲାମରେ ସାମିଲ ହୋଇଛନ୍ତି ୩୩୩ଜଣ ଖେଳାଳି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ