Saturday, July 27, 2024
24.6 C
Odisha

    ମୁଖ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟପାଳଙ୍କ ଚିଠି

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିଠିରେ ପରାମର୍ଶ ଦେଇଛନ୍ତି । ଡିସେମ୍ବର ୫ ରୁ ୭ ତାରିଖ ଯାଏ ଢେଙ୍କାନାଳ, ଅନୁଗୁଳ ଗସ୍ତରେ ଯାଇଥିଲେ ରାଜ୍ୟପାଳ । ଏହି ସମୟର ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକେ ରାଜ୍ୟପାଳଙ୍କୁ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଏସବୁ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ କହିଛନ୍ତି ରାଜ୍ୟପାଳ ।ରାଜ୍ୟପାଳ ଚିଠରେ ଉଲ୍ଲେଖ କରିଛନ୍ତି ଯେ, ଯୋରନ୍ଦାରେ ଥିବା ବୃଦ୍ଧାଶ୍ରମ ଗସ୍ତ ବେଳେ ସେଠାକାର ଜମି ସମସ୍ୟା ଓ ଅନ୍ତେବାସୀଙ୍କ ଆବଶ୍ୟକତା ପୁରଣ ପାଇଁ ଲୋକେ ଦାବି କରିଥିଲେ । ସେହିପରି ଅନୁଗୁଳ ବଅଁରପାଳ ବ୍ଲକର ତୁରାଙ୍ଗ ପଂଚାୟତରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ କାଉନସିିଲିଂ ପାଇଁ ପାଇଁ ମମତା ଗୃହ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି । ଏଥିସହ ତାଳଚେର ବ୍ଲକର କନ୍ଧବରେଣି ଗାଁରେ ଏମସିଏଲ ପାଇଁ ବାୟୁ , ଜଳ ଓ ଶବ୍ଦ ପ୍ରଦୂଷଣ ହେଉଛି । ଏହାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟପାଙ୍କୁ ଲୋକେ ଅନୁରୋଧ କରିଥିଲେ । ଖଣି ଖନନ ପାଇଁ ସେଠାରେ ଜଳସ୍ତର ମଧ୍ୟ କମୁଛି । ଏହା ସହ ହାତୀ ଆକ୍ରମଣରେ ଲୋକଙ୍କ ଧନଜୀବନ ନଷ୍ଟ ହେଉଥିବା ବେଳେ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ ଲୋକେ ।

    କନ୍ଧବାରେଣୀରେ ଥିବା ଆଶ୍ରମରେସ୍କୁଲରେ ଦଶମ ଶେଣ୍ରୀ ପର୍ଯ୍ୟନ୍ତ ଖୋଲିବା ସହ ହଷ୍ଟେଲରେ ଅଧିକ ପିଲା ରହିବା ବ୍ୟବସ୍ଥା ଏବଂ ଅଧିକ ଶିକ୍ଷକ ନିଯୁକ୍ତ କରିବାକୁ ଲୋକେ ଦାବି କରିଥିଲେ । ସେହିପରି ଅନୁଗୁଳରେ ଥଇôବା ବାଜି ରାଉତ ଛାତ୍ରବାସରେ ଚଳାଇବା ପାଇଁ ଆର୍ଥିକ ସହୟତା ପ୍ରଦାନ କରିବାକୁ ମଧ୍ୟ ଲୋକେ ଦାବି କରିଥିବା ରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ