Saturday, February 21, 2026
30.7 C
Odisha

    ଦଶହରା ଭସାଣି ପାଇଁ ଆସିଲା କଡା ନିୟମ, ରୁମାଲ କି ଗାମୁଛା ଧରି ନାଚିବା ମନା

    ଆଗକୁ ପଢନ୍ତୁ

    କଟକ : କଟକରେ ଶାରଦୀୟ ପୂଜା ଓ ଭସାଣି ପାଇଁ ଆସିଲା କଡା ନିୟମ ।  ଦଶହରାରେ ରୁମାଲ କି ଗାମୁଛା ଧରି ନାଚିବା ମନା । ଦଶହରା ଭସାଣିରେ ନାଚିବା ନେଇ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି ।  ରୁମାଲ କି ଗାମୁଛା ହଲାଇ ନାଚି ପାରିବେନି ସାହି ଯୁବକ । ଶୋଭାଯାତ୍ରାରେ ମହିଳାଙ୍କ ନାଚକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କଲା ଗ୍ରାମାଞ୍ଚଳ ପୋଲିସ । କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶାରଦୀୟ ଦୁର୍ଗାପୂଜା ଗ୍ରାମାଞ୍ଚଳର ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।  ଏଥିରେ ବ୍ୟତିକ୍ରମ କଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ।

    ସେହିପରି ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକ କୌଣସି ପ୍ରକାର ମାଦକ ଦ୍ରବ୍ୟ ଯଥା ଭାଙ୍ଗ, ଗଞ୍ଜେଇ, ବ୍ରାଉନ୍ସୁଗାର ଇତ୍ୟାଦି ଖାଇପାରିବେ ନାହିଁ କିମ୍ବା ସାଙ୍ଗରେ ଆଣିବେ ନାହିଁ । ଯଦି କେହି ମାଦକ ଦ୍ରବ୍ୟ ଖାଇଥିବାର କିମ୍ବା ପାଖରେ ରଖିଥିବାର ସନ୍ଦେହ କରାଯାଏ ତାହାହେଲେ ତାଙ୍କୁ ଶୋଭାଯାତ୍ରାରୁ ବହିଷ୍କୃତ କରାଯିବ । ଏଥିରେ ବାଧାଦେଲେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବେ ।

    ଏପରିକି ଭସାଣି ଯାତ୍ରାରେ ଆସୁଥିବା ଲୋକମାନେ କୌଣସି ପ୍ରକାର ମାରଣାସ୍ତ୍ର ଯଥା – ଲାଠି, ତରୁଆଲ୍,ତୀର, ବନ୍ଧୁକ, ରିଭଲର ଇତ୍ୟାଦି ଆଣିପାରିବେ ନାହିଁ । ଶୋଭାଯାତ୍ରାରେ ଲାଠି, ବନାଟି, ତରୁଆଲ୍ ଇତ୍ୟାଦି ବୁଲାଇବା ନିଷେଧ ।  ଏପରି କଲେ ଶୋଭାଯାତ୍ରାରୁ ବାହାର କରିବା ସଙ୍ଗେ ସଙ୍ଗେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ। ଶୋଭାଯାତ୍ରା ପୋଲିସ୍ ଅଫିସରଙ୍କ ଆଦେଶ ଅନୁଯାୟୀ ପରିଚାଳିତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    19 %
    0.8kmh
    0 %
    Sat
    35 °
    Sun
    35 °
    Mon
    35 °
    Tue
    34 °
    Wed
    34 °

    ସମ୍ବନ୍ଧିତ