Tuesday, September 17, 2024
24.3 C
Odisha

    ଭଟଲିଦଧିବାମନଙ୍କ ଘୋଷଯାତ୍ରା ସମ୍ପନ୍ନ ; ଆରମ୍ଭ ହେଲା ଦଧିବାମନଙ୍କ ନବଗୁଞ୍ଜର ଯାତ୍ରା

    ଆଗକୁ ପଢନ୍ତୁ

    ବରଗଡ: ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ଅଭିହିତ ଭଟଲି ଠାରେ ପ୍ରସିଦ୍ଧ ରଥଯାତ୍ରା ରବିବାର ମହା ସମାରୋହରେ ପାଳିତ ହୋଇଛି । ସେଥିପାଇଁ ସକାଳୁ ଭଟଲି ବଡଦାଣ୍ଡ ଚଳଚଞ୍ଚଳ ହୋଇ ଉଠିଥିଲା । ନଅ ଦିନ ବ୍ୟାପୀ ନବ ଗୁଞ୍ଜର ଯାତ୍ରା କରିବାକୁ ବାହାରି ପଡ଼ନ୍ତି ପ୍ରଭୁ ଶ୍ରୀ ଦଧିବାମନ । ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ବେଶ ତଥା ଶ୍ରୀଗୁଣ୍ଡିଚା ହୋଇଥିବାରୁ ପ୍ରଭୁଙ୍କ ଦୈନିକ ପୂଜାନୀତି ତଥା ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି, ମଙ୍ଗଳପ୍ରଦୀପ, ସୂର୍ଯ୍ୟପୂଜା, ଅବକାଶ ନୀତି, ମଇଲମ ଓ ବେଶ ପରିବର୍ତ୍ତନ, ଗୋପାଳବଲ୍ଲଭ ଭୋଗଲାଗି ହେବାପରେ ଶ୍ରୀ ଦଧରବାମନ ମହାପ୍ରଭୁଙ୍କୁ ଅଣସରରୁ ବାହାରି ପୂଜାମଣ୍ଡପରେ ବିଜେ କରାଯାଇଥିଲା । ପରେ ନେତ୍ରଉତ୍ସବ ପୂଜା ଆରମ୍ଭ ହେବାପରେ ନେତ ପୂଜା, ଶ୍ରୀମନ୍ଦିରରେ ଧ୍ୱଜାରୋହଣ, ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥ ପ୍ରତିଷ୍ଠା କରାଯାଇଥିଲା । ମହାପ୍ରଭୁ ନବଯୌବନ ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଳଧୂପ ଅନୁଷ୍ଠିତ ହେବାପରେ ପ୍ରଭୁଙ୍କ ସାହାଣମେଳା ଅନୁଷ୍ଠିତ ହୋଇଥିଲା । ଏହାପରେ ଦଧିବାମନଙ୍କ ରଥଯାତ୍ରା ପାଇଁ ପହଣ୍ଡିପୂଜା ଆରମ୍ଭ ହୋଇଥିଲା । ପହଣ୍ଡିପୂଜା ପରେ ଭଟଲି ଗୌନ୍ତିଆଙ୍କ ଦ୍ୱାରା ଛେରାପହଁରା ଆରମ୍ଭ ହୋଇଥିଲା । ଏହାପରେ ପ୍ରଭୁ ଶ୍ରୀଦଧିବାମନ ବଡ଼ଦାଣ୍ଡକୁ ବିଜେ କରିଥିଲେ । ଭକ୍ତମାନେ କିଏ ଛତ୍ର, କିଏ ଚନ୍ଦ୍ରାତାପ, କିଏ ଆଳଟ, କିଏ ଚାମର ଧରି ପ୍ରଭୁଙ୍କ ସେବାରେ ଲାଗିପଡ଼ିଥିଲେ । ପ୍ରଭୁଙ୍କ ସମ୍ମୁଖରେ ଅନେକ ସଂକୀର୍ତ୍ତନ୍ୟ ଦଳ, କୃଷ୍ଣଗୁରୁ, ସମ୍ପ୍ରଦା ଦଳ, ବ୍ୟାଣ୍ଡବାଜା ପାର୍ଟି ପ୍ରମୁଖ ନିଜନିଜର କଳା ପ୍ରଦର୍ଶନ ପୂର୍ବକ ପ୍ରଭୁଙ୍କୁ ଆଗେଇ ନେଇଥିଲେ । ପ୍ରଭୁ ଶ୍ରୀ ଦଧିବାମନ ରଥାରୋହଣ ହେବାପରେ ତାଙ୍କୁ ରଥରେ ବେଶ କରାଯାଇ ପୂଜାପାଠ ସହ ମଙ୍ଗଳଆଳତୀ କରାଯାଇଥିଲା । ଆଳତୀ ପରେ ନବଜନ୍ମିତ ଶିଶୁ ମାନଙ୍କ ପରମ୍ପରା ଅନୁଯାୟୀ ରଥଛୁଆଁ ଯାଇଥିଲା । ପରେ ରଥରେ ଘୋଡ଼ା ଯଚାହୋଇ ଡାହୁକ(ସାରଥୀ) ତାଙ୍କର ଗୀତ ବୋଳିବା ପରେ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମତୟନ କରାଯାଇଥିଲା । ବରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ଏହି ପ୍ରସିଦ୍ଧ ରଥଯାତ୍ରା ଦେଖିବା ତଥା ଶ୍ରୀ ଦଧିବାମନଙ୍କୁ ଦର୍ଶନକଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ଥିବାରୁ ପଶ୍ଚିମ ଓଡ଼ିଶା ତଥା ପଡ଼ୋଶୀ ଛତିଶଗଡ଼ର ଳକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ରଥଯାତ୍ରାରେ ଉପସ୍ଥିତ ରହି ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଚଳିତ ବର୍ଷ ପ୍ରଥମ କରି ରଥଦାଣ୍ଡ ପଡ଼ିଆରେ ନିର୍ମିତ ହୋଇଥିବା ମାଉସୀ ମା’ ମନ୍ଦିର ନିକଟରେ ରହିବ ନନ୍ଦିଘୋଷ ରଥ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    86 %
    2.2kmh
    100 %
    Mon
    24 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ