Monday, April 6, 2026
31.8 C
Odisha

    ମା’ ସାଜିଲା ଡାହାଣୀ : ୪ ବର୍ଷ ଶିଶୁପୁତ୍ରକୁ ପିଆଇଲା

    ଆଗକୁ ପଢନ୍ତୁ

    ଜନ୍ମ କଲା ପୁଅକୁ ବିଷ ପିଆଇବା ସହ ମା’ ନିଜେ ବିଷ ପିଇ ଦେଇଛି। ମାତ୍ର ୪ ବର୍ଷର ଶିଶୁପୁତ୍ର ସହ ମା ବିଷ ପିଇ ଗୁରୁତର ହୋଇଛନ୍ତି। ଉଦଳା ଥାନା ନାବରା କଲୋନୀ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଉଭୟ ମାଆପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଲୋନୀ ଗାଁର ଆଲୋକ ବାଘଡାଙ୍କ ସ୍ତ୍ରୀ ସବିତା ରାଉତ ଆଜି ମଧ୍ୟାହ୍ନରେ ହଠାତ ଘର ଭିତରକୁ ପଶି ଯାଇଥିଲେ। ଭିତର ପଟୁ କବାଟ ବନ୍ଦ କରିବା ସହ ବର୍ଷର ଶିଶୁପୁତ୍ର ରାଜେଶ ବାଘଡାକୁ ସାଙ୍ଗରେ ନେଇ ନିଜେ ବିଷ ପିଇବା ସହିତ ଶିଶୁପୁତ୍ରକୁ ବିଷ ପିଆଇଥିଲା। କିଛି ସମୟ ପରେ ସ୍ବାମୀ ଆଲୋକ ଘର ବାହାରେ ବସି ଖାଉଥ‌ିବା ବେଳେ ହଠାତ ଶିଶୁପୁତ୍ର ବାହାରକୁ ଆସି ବାନ୍ତି କରିଥିଲା। ବାନ୍ତି କରିବା ପରେ ବିଷ ଗନ୍ଧ ଆସିବାରୁ ପରିବାର ଲୋକେ ଛୋଟ ପିଲାଟି ବିଷ ପିଇଥ‌ିବା ଜାଣିବାକୁ ପାଇଥିଲେ। ଏହା ସହିତ ମା ସବିତା ମଧ୍ୟ ବିଷ ପିଇଥବା ଜାଣି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମା ଏବଂ ଶିଶୁପୁତ୍ରଙ୍କ ଅବସ୍ଥା ଗୁରୁତର ଥ‌ିବା ବେଳେ ଉଭୟ ଏବେ ଜୀବନ ସହିତ ସଂଘର୍ଷରତ ରହିଛନ୍ତି। ଏଭଳି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ