Monday, April 6, 2026
24.9 C
Odisha

    ଚିଲିକାରୁ ମିଳିଲା ମତ୍ସ୍ୟଜୀବୀଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ଚିଲିକା ମଧ୍ୟରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
    ସୂଚନାଯୋଗ୍ୟ, ଚିଲିକା ମଧ୍ୟରେ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଭାସୁଥିବା କେତେକ ମତ୍ସ୍ୟଜୀବୀ ଦେଖିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ମତ୍ସ୍ୟଜୀବୀ ଜଣଙ୍କ ସ୍ଥାନୀୟ ସାମନ୍ତରାୟପୁର ଗ୍ରାମର ଯୁବ ମତ୍ସ୍ୟଜୀବୀ ମୁନ୍ନା ଦିହୁଡି ବୋଲି ଜଣାପଡିଛି। ମୃତ ଯୁବ ମତ୍ସ୍ୟଜୀବୀ ମୁନ୍ନା ଦିହୁଡିଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ବାଲୁଗାଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ