Friday, September 11, 2026
23.5 C
Odisha

    ଜୁଏଲଙ୍କ ଗାଁରେ ପହଞ୍ଚିଲା ପତ୍ନୀ ଝିଙ୍ଗିଆଙ୍କ ପାର୍ଥିବ ଶରୀର

    ଆଗକୁ ପଢନ୍ତୁ

    ରାଉରକେଲା: ଭୁବନେଶ୍ୱରସ୍ଥିତ ବାସଭବନରୁ ବାହାରିଥିବା କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ପତ୍ନୀ ଝିଙ୍ଗିଆଙ୍କ ପାର୍ଥିବ ଶରୀର ସକାଳ ୯ ଟା ୧୫ ମିନିଟରେ ଲହୁଣୀପଡ଼ା ବ୍ଲକ କେନ୍ଦୁଡ଼ିହିରେ ପହଞ୍ଚିଛି। ଜୁଏଲଙ୍କ ପୈତୃକ ଘରେ ପତ୍ନୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖା ଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ରାଉରକେଲା ଏସପି ବ୍ରିଜେଶ ରାୟ ଓ ବଣାଇଁ ଉପଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଶେଷ ଦର୍ଶନ କରିଛନ୍ତି।

    ଶୋକାକୁଳ ପରିବେଶରେ ବୁଡ଼ିଛି ଗାଁ । ପଡ଼ୋଶୀ, ବନ୍ଧୁପରିଜନ, ସମ୍ପର୍କୀୟ ଓ ବିଭିନ୍ନ ଦଳର ନେତାଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛନ୍ତି। ଦିନ  ୧୨ଟା ପରେ ଝିଙ୍ଗିଆଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପତ୍ନୀଙ୍କର ରାତି ପ୍ରାୟ ୧୦ଟା ୫୦ରେ ପରଲୋକ ହୋଇଥିଲା। ତାଙ୍କୁ ୫୮ ବର୍ଷ ହେଉଥିଲା। ୧୯୮୭ ମସିହା ମାର୍ଚ୍ଚ ୮ ତାରିଖରେ ସେ ଶ୍ରୀ ଓରାମଙ୍କୁ ବିବାହ କରିଥିଲେ। ଶ୍ରୀ ଓରାମ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପତ୍ନୀଙ୍କ ସହ ଆପୋଲୋରେ ଚିକିତ୍ସିତ ହେଉଥିଲେ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    98 %
    1.2kmh
    100 %
    Fri
    26 °
    Sat
    27 °
    Sun
    28 °
    Mon
    31 °
    Tue
    31 °

    ସମ୍ବନ୍ଧିତ