Monday, April 6, 2026
28.1 C
Odisha

    ମାରାତ୍ମକ ହେଉଛି ଦିଲ୍ଲୀ ପ୍ରଦୂଷଣ: ବାୟୁ ମାନ କମିଚାଲିଛି, ଜିଆର୍‌ଏପି-୨ ଲାଗୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ‘ଅତି ଖରାପ’ ସ୍ତରରୁ ‘ସାଂଘାତିକ’ ଆଡ଼କୁ ଗତି କରୁଛି। ଶୀତ ଆରମ୍ଭ ନ ହେଉଣୁ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ହୋଇଥିବା ବେଳେ ଅଧିକାଂଶ ଅଂଚଳରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩୦୦ ଅତିକ୍ରମ କରିଛି। ଏଭଳି ସ୍ଥିତିରେ ଦିଲ୍ଲୀବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଖରାପ ପବନ ଯୋଗୁଁ ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି ଏବଂ ଅନେକ ପ୍ରକାର ରୋଗର ସମ୍ମୁଖୀନ ହେବାକୁ ପଡ଼ୁଛି। ଦିଲ୍ଲୀ ବାୟୁ ମାନ ପରିଚାଳନା କମିସନ (ସିଏକ୍ୟୁଏମ) ଦିଲ୍ଲୀରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (ଜିଆର୍‌ଏପି)ର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଲାଗୁ କରିଛନ୍ତି। ଆଜି ସକାଳ ୮ଟାରୁ ଜିଆରଏପି-୨ କାର୍ଯ୍ୟକାରୀ ହୋଇଛି ଏବଂ ଏହା ଅଧୀନରେ ପ୍ରଦୂଷଣକୁ ଯେଭଳି ରୋକାଯାଇ ପାରିବ ସେଭଳି ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଡିଜେଲ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି। ଜରୁରୀ ଆବଶ୍ୟକ ନଥିଲେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହାସହିତ ଲୋକମାନେ ଘରୋଇ ଗାଡ଼ି ବ୍ୟବହାର ନ କରି ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ କୁହାଯାଇଛି। ଆଜି ଦିଲ୍ଲୀର ଆନନ୍ଦ ବିହାର ଅଂଚଳରେ ଏକ୍ୟୁଆଇ ୩୮୨ ରହିଥିବା ବେଳେ ଜାହାଙ୍ଗୀରପୁରୀରେ ୩୫୮ ରହିଛି।
    ଦିଲ୍ଲୀ ଏବେ ପୃଥିବୀର ସବୁଠାରୁ ପ୍ରଦୂଷିତ ରାଜଧାନୀ ପାଲଟିଛି ଏବଂ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି। ଆଜି ସକାଳୁ ସମଗ୍ର ଦିଲ୍ଲୀ ଘନ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ନୂଆଦିଲ୍ଲୀର ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଏକ ବିବୃତିରେ କହିଛି ଯେ ଜିଆର୍‌ଏପିର ଦ୍ବିତୀୟ ପର୍ଯ୍ୟାୟ ଲାଗୁ ହୋଇଥିବାରୁ ଏହା ନିର୍ମାଣ କ୍ଷେତ୍ରର ପ୍ରଦୂଷଣ ଏବଂ ଧୂଳିର ବିସ୍ତାରକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ। ସାଧାରଣତଃ ବର୍ଷର ଏହି ସମୟରେ ତାପମାତ୍ରା ହ୍ରାସ ସହ ଦିଲ୍ଲୀ ସୀମାରେ ଥିବା ରାଜ୍ୟଗୁଡ଼ିକରେ ନଡ଼ାପାଳ ଜାଳିବା ଯୋଗୁଁ ବାୟୁ ପ୍ରଦୂଷଣସ୍ତର ବୃଦ୍ଧି ପାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ