Thursday, October 8, 2026
22.2 C
Odisha

    ଚର୍ଚ୍ଚାରେ ମିଷ୍ଟର୍‌ ଆଣ୍ଡ୍‌ ମିସେସ୍‌ ମାହି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମହେନ୍ଦ୍ର ଜଣେ ବିଫଳ କ୍ରିକେଟର ଓ ମହିମା ଜଣେ ସଫଳ ଡାକ୍ତର। କିନ୍ତୁ ଦୁଇ ଜଣଙ୍କର ଡାକ ନାମ ସମାନ ‘ମାହି’। ସମୟକ୍ରମେ ଦୁହିଁଙ୍କ ବିବାହ ହୁଏ। ବିବାହ ପରେ ପତ୍ନୀଙ୍କର କ୍ରିକେଟ୍‌ ପ୍ରତି ଆଗ୍ରହ ଥିବା ଦେଖି ଖୁସି ହୁଅନ୍ତି ମହେନ୍ଦ୍ର। ପତ୍ନୀଙ୍କ ଇଚ୍ଛାକୁ ସାକାର କରିବାକୁ ଲାଗିପଡ଼ନ୍ତି। ଅନେକ ବାଧାବିଘ୍ନ ପରେ ମିଷ୍ଟର ମାହିଙ୍କ ପ୍ରଶିକ୍ଷଣରେ ମିସେସ୍‌ ମାହି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳନ୍ତି। ପତ୍ନୀଙ୍କୁ ସମ୍ମାନ ଜଣାଇ, ତାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଜଣେ ସ୍ବାମୀ କିଭଳି ଲୋକଲୋଚନକୁ ଆଣିଛନ୍ତି ଏବଂ ସଫଳତା ପାଇଛନ୍ତି, ତାହା ହେଉଛି ମିଷ୍ଟର ଆଣ୍ଟ ମିସେସ୍‌ ଫିଲ୍ମର ବିଷୟବସ୍ତୁ। ଡ୍ରାମା, ରେମାନ୍ସ ଓ କ୍ରୀଡ଼ାକୁ ନେଇ ନିର୍ମିତ ଏହି ଫିଲ୍ମ ଏବେ ଚର୍ଚ୍ଚାରେ। ଶରଣ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାଜ କୁମାର ରାଓ, ଜାହ୍ନବୀ କପୁର, କୁମୁଦ ମିଶ୍ର ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି। ଏସ୍‌ପ୍ଲାନେଡ୍‌, ଉତ୍କଳ କନିକା ଗ୍ୟାଲେରିଆ, ବିଏମ୍‌ସି ଭବାନୀ ମଲ୍‌ ଓ ଡିଏନ୍‌ ରେଗାଲିଆରେ ପ୍ରତ୍ୟେହ ୬ଟି ଲେଖାଏ ସୋ’ ରହିଛି। ସେହିପରି ସିମ୍ଫୋନି ମଲ୍‌ରେ ୫ଟି, ମହାରାଜାରେ ୩ଟି, କେଶରୀ ଓ ସ୍ବାତୀରେ ୪ଟି ସୋ’ ଲାଗିଛି। ଭୁବନେଶ୍ବରରେ ମୋଟ୍‌ ୪୦ଟି ସୋ’ ଲାଗିଛି। ଟିକେଟ୍‌ର ମୂଲ୍ୟ ୯୯ରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଆସନ୍ତାକାଲି ଶୁକ୍ରବାର ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଆଜିଠାରୁ ଅଧିକାଂଶ ସୋ’ ବୁକ୍‌ ହୋଇ ସାରିଛି।

    ଫ୍ରାଇଡେ ରିଲିଜ୍‌ରେ ଆଉ ଏକ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଯାହାର ନାମ ହେଲା ‘ସ‌ାଭି’। ଜଣେ ସରଳ ଗୃହିଣୀ ଇଂଲଣ୍ଡର ଏକ ଉଚ୍ଚ ସୁରକ୍ଷାରେ ଥିବା କାରାଗାରରୁ ତାଙ୍କ ସ୍ୱାମୀଙ୍କୁ ବାହାରକୁ ଆଣିବାକୁ ସାହାସର ସହ ଚେଷ୍ଟା କରିଛନ୍ତି। ତାହା ହେଉଛି ଫିଲ୍ମର ବିଷୟବସ୍ତୁ। ଅଭିନୟ ଦେଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନିଲ କପୁର, ଦିବ୍ୟା କୋଶଲା, ହର୍ଷବଦ୍ଧର୍ନ ରାଣେ ପ୍ରମୁଖ ନଜର ଆସିଛନ୍ତି। ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ରେ ୪ଟି ସୋ’, ଉତ୍କଳ କନିକା ଗ୍ୟାଲେରିଆରେ ୩ଟି ସୋ’, ବିଏମ୍‌ସି ଭବାନୀ ମଲ୍‌ରେ ୩ଟି, ସ୍ତୁତି ସିନେ କମ୍ପ୍ଲେକ୍ସରେ ୨ଟି ସୋ’, କେଶରୀରେ ଗୋଟିଏ ‌ସୋ’, ସିମ୍ଫୋନି ମଲ୍‌ରେ ୩ଟି ସୋ’, ଡିଏନ୍‌ ରେଗାଲିଆରେ ୩ଟି ସୋ’ ଲାଗିଛି। ଭୁବନେଶ୍ବରରେ ମୋଟ ୧୯ଟି ସୋ’ ଲାଗିଛି। ଏହାର ଟିକେଟ୍‌ ମୂଲ୍ୟ ୯୯ରୁ ୩ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ