Saturday, October 10, 2026
22.4 C
Odisha

    ୫ ଜଣ ମହିଳା ପୁଲିସ୍‌ ଅଧିକାରୀଙ୍କ ଦ୍ବାରା ଗିରଫ ହୋଇଛନ୍ତି ପ୍ରଜ୍ବଳ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ନିଜ ଘରର ଚାକରାଣୀଙ୍କୁ ଦୁଷ୍କର୍ମ ଓ ଧମକ ଦେବା ମାମଲାର ଅଭିଯୁକ୍ତ ତଥା ଜେଡିଏସ୍‌ ସାଂସଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ‌ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନାଙ୍କୁ ଗିରଫ କରିଛି ଏସଆଇଟି। ପ୍ରଜ୍ବଳ କିଛି ଅଶ୍ଳୀଳ ଭିଡିଓ କ୍ଲିପ୍‌ ଜରିଆରେ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗ ବି ରହିଛି। ଜାଣିବାକୁ ମିଳିଛି ‌ଯେ ପ୍ରଜ୍ବଳଙ୍କୁ ମହିଳା ଆଇପିଏସ୍‌ ଅଧିକାରୀଙ୍କର ଏକ ଦଳ ପ୍ରଜ୍ବଳଙ୍କୁ ଗିରଫ କରିଛନ୍ତି। ତାଙ୍କ ଧରିବାକୁ ୫ ଜଣ ମହିଳା ପୁଲିସ୍‌ ନିୟୋଜିତ ହୋଇଥି‌ଲେ ବୋଲି ରିପୋର୍ଟରୁ ପ୍ରକାଶ।ତେବେ ତାଙ୍କୁ ଗିରଫ କରିବା ପରେ ଏବେ ପୁଲିସ୍‌ ପ୍ରଥମେ ଜାଣିବାକୁ ଉଦ୍ୟମ କରିଛି ଯେ ସେ କେଉଁ ମୋବାଇଲ୍‌ରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ସୁଟ୍‌ କରୁଥିଲେ। ଭାଇରାଲ୍‌ ହୋଇଥିବା ସେକ୍ସ ଟେପ୍‌ଗୁଡ଼ିକୁ ଅଧିକ ଯାଞ୍ଚ୍‌ ପାଇଁ ଫରେନ୍ସିକ୍‌ ସାଇନ୍ସ ଲାବ୍ରୋଟୋରିକୁ ପଠାଯାଇଛି। କେଉଁ ମୋବାଇଲ୍‌ରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ସୁଟ୍‌ ହେଉଥିଲା ଓ ସେ ସଂକ୍ରାନ୍ତୀୟ ଆହୁରି ଅନେକ ପ୍ରଶ୍ନ ଏବେ ପ୍ରଜ୍ବଳଙ୍କୁ ପଚରାଯିବ।

    ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁ ମୋବାଇ‌ଲ୍‌ରେ ଭିଡିଓ ସୁଟ୍‌ କରଯାଇଥିବା ତାହାକୁ ନଷ୍ଟ କରି ଦିଆଯାଇଛି। ଯଦି ତଥ୍ୟ ମିଳିବାରେ ଅସୁବିଧା ହୁଏତ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପ୍ରଜ୍ବଳଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହେବ।

    ୩୫ ଦିନ ପ‌ରେ ସେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏସଆଇଟି ତାଙ୍କୁ ଗିରଫ କରିଥିବା ଜଣାଯାଇଛି। ପ୍ରଜ୍ବଳ ରେବନ୍ନା ୩୧ ତାରିଖ ୧୨ଟା ୪୬ ମିନିଟ ସମୟରେ ବିମାନରୁ ଅବତରଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ